ଆନ୍ଦୋଳନକାରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହିଥିବା ପୁଲିସ୍‌ ଅଧିକାରୀଙ୍କୁ ସମର୍ଥନ କଲେ ଉମା ଭାରତୀ

Advertisment
ଆନ୍ଦୋଳନକାରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହିଥିବା ପୁଲିସ୍‌ ଅଧିକାରୀଙ୍କୁ ସମର୍ଥନ କଲେ ଉମା ଭାରତୀ

https://zeenews.india.com/

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରୁଥିବା ଆନ୍ଦୋଳନକାରୀମାନଙ୍କୁ ‘ପାକିସ୍ତାନ ପଳାଅ’ କହିଥିବା ମିରଟ୍‌ର ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନିଜର ସମର୍ଥନ ଦେଇଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ। ମିରଟର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଅଖିଳେଶ ନାରାୟଣ ସିଂହ ଏପରି କହୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି ହୋଇଛି। ଏପରି ଏକ ସାଂପ୍ରଦାୟିକ ଟିପ୍ପଣୀ ଦେଇଥିବା ପୁଲିସ୍‌ ଅଧିକାରୀ ନାରାୟଣ ସିଂହଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ଏହାକୁ ଅତି ସାଧାରଣ କଥା ଭାବେ ଗ୍ରହଣ କରିଛନ୍ତି ଉମା।

ଉମା ତାଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ଗୁଡ଼ାଏ ଟ୍ବିଟ୍‌ କରି ଲେଖିଛନ୍ତି, ‘ମିରଟର ପୁଲିସ୍‌ ଅଧିକାରୀ ଅଖିଳେଶ ନାରାୟଣ ସିଂହ ଆନ୍ଦୋଳନକାରୀଙ୍କୁ ‘ପାକିସ୍ତାନ ପଳାଅ’ ବୋଲି କହିବା ଏକ ସାଧାରଣ କଥା। ଆନ୍ଦୋଳନକାରୀମାନେ ‌ଯେଉଁଭଳି ଭାବେ ପୁଲିସ୍‌ ଉପରକୁ ଟେକାପଥର ଫିଙ୍ଗୁଛନ୍ତି ତାହା ସମସ୍ତେ ଜାଣନ୍ତି।’

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ତଥା ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟାର୍ଗେଟ କରି ଉମା ଭାରତୀ କହିଛନ୍ତି, ‘ ସେମାନେ ସବୁ କଥାକୁ ରାଜନୀତି ଭିତରକୁ ଭିଡ଼ି ନେଉଛନ୍ତି। ପୁଲିସ୍‌ମାନଙ୍କର ବି ପରିବାର ଅଛି ଓ ସେମାନଙ୍କର ବି ଦେଶପ୍ରେମ ଅଛି। ଥରେ ମାନବିକତା ଦୃଷ୍ଟିକୋଣରୁ ଚିନ୍ତା କରାଯାଉ।’

publive-image Zee News

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ମୁସ୍‌ଲମାନ ବହୁଳ ଅଞ୍ଚଳର ବାସିନ୍ଦାମାନଙ୍କୁ ଉତ୍ତରପ୍ରଦେଶ ମିରଟ୍‌ର ଏହି ବରିଷ୍ଠ ପୁଲିସ୍‌ ଅଧିକାରୀ ପାକିସ୍ତାନ ପଳାଇ ଯିବାକୁ କହୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଇଣ୍ଟର୍‌ନେଟ୍‌ରେ ଘୂରିବୁଲୁଥିବା ଭିଡିଓରେ ପୁଲିସ୍‌ ଅଧିକାରୀ ଜଣକ କହୁଛନ୍ତି, ‘କୁଆଡ଼େ ଯିବ? କଳା ଓ ହଳଦିଆ ଫିତା ଗୁଡ଼ାଇ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀମାନେ ପାକିସ୍ତାନ ପଳାଅ। ଆମ ଧନ ଖାଇ ଆଉ କାହାର ଗୁଣ ଗାଇବ? ଯଦି କିଛି ଅଘଟଣ ଘଟିଲା ତାହାକୁ ତୁମେମାନେ ଭରଣା କରିବ। ପ୍ରତ୍ୟେକ ଘରର ସମସ୍ତ ଲୋକଙ୍କୁ ଗିରଫ କରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe