ସାଧ୍ୱୀ ପ୍ରଜ୍ଞାଙ୍କ ସହ ତୁଳନା କରାଯିବାରୁ ଉମା ଭାରତୀ କହିଲେ ‘ସେ ମହାନ୍‌ ସନ୍ଥ , ମୁଁ ଜଣେ ସାଧାରଣ ଓ ନିର୍ବୋଧ ପ୍ରାଣୀ ’

Advertisment
ସାଧ୍ୱୀ ପ୍ରଜ୍ଞାଙ୍କ ସହ ତୁଳନା କରାଯିବାରୁ ଉମା ଭାରତୀ କହିଲେ ‘ସେ ମହାନ୍‌ ସନ୍ଥ , ମୁଁ ଜଣେ ସାଧାରଣ ଓ ନିର୍ବୋଧ ପ୍ରାଣୀ ’

photo-ndtv

ଭୋପାଳ : ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସହ ଏବେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କର ତୁଳନା କରାଯାଉଛି। ଏ ଦୁହିଁଙ୍କ ଭିତରେ ତୁଳନା କରାଯିବା ବି ସ୍ୱାଭାବିକ। ବିଜେପିର ବରିଷ୍ଠ ଉମା ଭାରତୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସଂପର୍କରେ କହିଛନ୍ତି ‘ସେ ଜଣେ ମହାନ୍‌ ସନ୍ଥ ଅଟନ୍ତି। ତାଙ୍କ ସହିତ ମୋର ତୁଳନା କରନ୍ତୁ ନାହିଁ। ମୁଁ ଜଣେ ସାଧାରଣ ଓ ନିର୍ବୋଧ ପ୍ରାଣୀ ଅଟେ।’

publive-image photo-Catch News

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଉମା ଭାରତୀ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ଉତ୍ତର ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଜ୍ଞା ଠାକୁର କଂଗ୍ରେସର ଲୋକସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି। ନିକଟରେ ପ୍ରଜ୍ଞା ଠାକୁର ଉମା ଭାରତୀଙ୍କ ନାଆଁ ନେଇ ଦିଗ୍‌ବିଜୟ ସିଂହଙ୍କୁ କଟାକ୍ଷ କରିଥିଲେ। ପ୍ରଜ୍ଞା କହିଥିଲେ ଯେ ରାଜ୍ୟରେ ୧୬ ବର୍ଷ ପୂର୍ବେ ଉମା ଭାରତୀ ଦିଗ୍‌ ବିଜୟଙ୍କୁ ହରାଇଥିଲେ। ସେ ୧୬ ବର୍ଷ ହେବ ମୁହଁ ଉଠାଇ ପାରୁ ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe