ଲୋକସଭା ନିର୍ବାଚନ ଲଢ଼ିବେନି ଉମା

Advertisment
ଲୋକସଭା ନିର୍ବାଚନ ଲଢ଼ିବେନି ଉମା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେନି। ନିର୍ବାଚନ ନଲଢ଼ି ସେ ରାମ ମନ୍ଦିର ନିର୍ମାଣ ଏବଂ ଗଙ୍ଗା ସଫେଇ କାର୍ଯ୍ୟରେ ମନୋନିବେଶ କରିବେ। ଆଜି ଭୋପାଳରେ ଉମା ଭାରତୀ ନିଜେ ଏହି କଥା ଘୋଷଣା କରିଛନ୍ତି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରେ ସେ ଦ୍ବିତୀୟ କେନ୍ଦ୍ରମନ୍ତ୍ରୀ ଭାବେ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ତେବେ ଗୋଟିଏ ସମୟରେ ହିନ୍ଦୁ ଅନୁଷ୍ଠାନ ଗୁଡ଼ିକ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିବାବେଳେ ଏହି ସମୟରେ ଉମା ଭାରତୀଙ୍କ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମନୋନିବେଶ କରିବା କଥା ବେଶ୍‌ ଗୁରୁତ୍ବ ବହନ କରୁଛି। ଉଲ୍ଲେଖ‌ଯୋଗ୍ୟ, ଗତ ଫେବ୍ରୁଆରିରେ ଉମା ଭାରତୀ କହିଥିଲେ‌ ଯେ ସେ ଆଣ୍ଠୁ ଏବଂ ପିଠି ଯନ୍ତ୍ରଣା ସମସ୍ୟାରେ ପୀଡ଼ିତ। ଏଥିପାଇଁ ସେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେନି। କିନ୍ତୁ ପରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କ କହିବାର ଅର୍ଥ ନୁହେଁ ଯେ ସେ ରାଜନୀତିଠୁ ଦୂରେଇ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe