ମୁହଁ ଖୋଲିଲେ ଉମା: ଆଡଭାନୀଙ୍କ ପାଇଁ ହିଁ ମୋଦୀ ପ୍ରଧାନମନ୍ତ୍ରୀ

Advertisment

ଦଳର ନିଷ୍ପତ୍ତିକୁ ନେଇ ଆଡଭାନୀ କ୍ଷୁବ୍ଧ

ଦଳର ନିଷ୍ପତ୍ତିକୁ ନେଇ ଆଡଭାନୀ କ୍ଷୁବ୍ଧ

ମୁହଁ ଖୋଲିଲେ ଉମା: ଆଡଭାନୀଙ୍କ ପାଇଁ ହିଁ ମୋଦୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଏବେ ଦଳର କାର୍ଯ୍ୟ ପଦ୍ଧତିକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ଅଛନ୍ତି। ବିଜେପିର ଲୋକସଭା ପ୍ରାର୍ଥୀ ତାଲିକାରୁ ତାଙ୍କୁ ଯେଉଁଭଳି ଭାବେ ବାଦ୍‌ ଦିଆଗଲା ତାହା ଅତ୍ୟନ୍ତ ଅସମ୍ମାନଜନକ ବୋଲି ଆଡଭାନୀଙ୍କ ନିକଟତମ ମହଲରେ ଆଲୋଚନା ହେଉଛି। ଆଡଭାନୀ ଗାନ୍ଧୀନଗର ଲୋକସଭା ଆସନରୁ ଲଗାତାର ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏବେ ଏହି ଆସନରୁ ଦଳର ସଭାପତି ଅମିତ ଶାହ ଲଢ଼ିବେ। ଦଳରେ ୭୫ ବର୍ଷରୁ ଅଧିକ ବୟସର ନେତାଙ୍କୁ ନିର୍ବାଚନ ନ ଲଢ଼ାଇବା ପାଇଁ ଦଳ ନିଷ୍ପତ୍ତି ନେଇ ଏଥର ବରିଷ୍ଠ ନେତାଙ୍କୁ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରଖିଛି। ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାୟ ୧୦ ଜଣ ନେତାଙ୍କୁ ଏଥର ଟିକଟ୍‌ ଦେଇନାହିଁ। ଦଳର ଏଭଳି ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ବିରୋଧ କରିଛନ୍ତି। ବରିଷ୍ଠ ନେତାଙ୍କୁ ଟିକଟ୍‌ରୁ ବଞ୍ଚିତ କରିବା ପାଇଁ ଏଭଳି ନୀତି ଗ୍ରହଣ କରାଯିବା ଉଚିତ ହୋଇନାହିଁ ବୋଲି ସେ କହିଛନ୍ତି। ଆଡଭାନୀଙ୍କ ପାଇଁ ହିଁ ଦଳ ଆଜି ଏତେ ଶକ୍ତିଶାଳୀ ହୋଇପାରିଛି ଏବଂ ତାଙ୍କ ଯୋଗୁଁ ହିଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆଡଭାନୀ ଏ ବାବଦରେ ମୁହଁ ଖୋଲିବା ଉଚିତ ବୋଲି ଉମା କହିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବରିଷ୍ଠ ନେତାମାନେ ନିଜ ଆଡ଼ୁ ପ୍ରତିଦ୍ବନ୍ଦ୍ବିତା ନକରିବା ସଂକ୍ରାନ୍ତ ଘୋଷଣା କରିବାକୁ କୁହାଯାଇଥିଲା ଏବଂ ଆଡଭାନୀଙ୍କୁ ମଧ୍ୟ ଏ ବାବଦରେ ଦଳର ସାାଧାରଣ ସଂପାଦକ ରାମ ଲାଲ ଅବଗତ କରାଇଥିଲେ। କିନ୍ତୁ ଆଡଭାନୀ ଏଥିପ୍ରତି ଧ୍ୟାନ ଦେଇନଥିଲେ। ଦଳର ଅନ୍ୟ ବରିଷ୍ଠ ନେତା ଶାନ୍ତା କୁମାର, ହୁକୁମଦେଓ ଯାଦବ, କଲରାଜ ମିଶ୍ର, ଭଗତ ସିଂହ କୋସିୟାରି, ବି.ସି. ଖଣ୍ଡୁରି ଏବଂ କାରିଆ ମୁଣ୍ଡା ମଧ୍ୟ ନିଜ ଆଡ଼ୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବାକୁ କୁହାଯାଇଥିଲା। ତେବେ କେବଳ ଦୁଇ ଜଣ ନେତା କଲରାଜ ମିଶ୍ର ଏବଂ ଶାନ୍ତା କୁମାର ସ୍ବେଚ୍ଛାକୃତ ଭାବେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ମଧ୍ୟପ୍ରଦେଶର ବରିଷ୍ଠ ନେତ୍ରୀ ତଥା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନାମ ମଧ୍ୟ ଏବେ ସୁଦ୍ଧା ପ୍ରକାଶିତ ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ। ତେବେ ତାଙ୍କୁ ଦଳ ଲଢ଼ାଇବ କି ନାହିଁ ସେ ନେଇ ସସ୍‌ପେନ୍ସ ଜାରି ରହିଛି। ସେହିଭଳି ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଏଥର ଦଳ ଟିକଟ ଦେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ୯୧ ବର୍ଷୀୟ ଆଡଭାନୀଙ୍କ ସମେତ ଅରୁଣ ସୌରି, ଯଶବନ୍ତ ସିହ୍ନା ଏବଂ ମୂରଲୀ ମନୋହର ଯୋଶୀଙ୍କୁ ‘ମାର୍ଗଦର୍ଶକ ମଣ୍ଡଳ’ରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe