ସନ୍ନ୍ୟାସକୁ ୩୦ ବର୍ଷ ପୂରିଲା, ବ୍ୟକ୍ତିଗତ ସମ୍ପର୍କ ତ୍ୟାଗ କରିବେ ଉମା

Advertisment
ସନ୍ନ୍ୟାସକୁ ୩୦ ବର୍ଷ ପୂରିଲା, ବ୍ୟକ୍ତିଗତ ସମ୍ପର୍କ ତ୍ୟାଗ କରିବେ ଉମା

Business Standard

ଭୋପାଳ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ନଭେମ୍ବର ୧୭ରେ ନିଜର ସମସ୍ତ ବ୍ୟକ୍ତିଗତ ଓ ପାରିବାରିକ ସମ୍ବନ୍ଧକୁ ତ୍ୟାଗ କରିବେ। ଏହି ସମ୍ବନ୍ଧ ତ୍ୟାଗ ତାଙ୍କ ସନ୍ନ୍ୟାସଗ୍ରହଣର ୩୦ ବର୍ଷ ପୂର୍ତ୍ତିର ପ୍ରତୀକ ହେବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାମ ମନ୍ଦିର ଆନ୍ଦୋଳନର ନେତ୍ରୀ ଉମା ଏବାବଦ ଘୋଷଣା କରିବା ପାଇଁ ୧୭ଟି ଟ୍ବିଟ୍‌ସର ଏକ ଶୃଙ୍ଖଳା ପୋଷ୍ଟ କରିଛନ୍ତି।

ତେବେ ଭାରତୀ ରାଜନୀତି ଛାଡ଼ିବା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି। ସେ ଏକ ଟ୍ବିଟ୍‌ରେ କହିଛନ୍ତି ଯେ ନିଜ ଦଳ (ବିଜେପି)ର ବିଚାରଧାରାରୁ ନିଜକୁ ଅଲଗା କରିପାରିବେ ନାହିଁ ଏବଂ ଦେଶର ସେବା କରିଚାଲିବେ।

ଭାଜପାର ଏହି ଅଗ୍ନିବର୍ଷୀ ନେତ୍ରୀ ଟ୍ବିଟ୍ କରିଛନ୍ତି- ନଭେମ୍ବର ୧୭ରେ ମୋ ସନ୍ନ୍ୟାସ ଗ୍ରହଣକୁ ୩୦ ବର୍ଷ ପୂରିବ। ଏହିଦିନ ୧୯୯୨ ମସିହାରେ ମୁଁ ଅମରକଣ୍ଟକଠାରେ ସନ୍ନ୍ୟାସ ଗ୍ରହଣ କରିଥିଲି। ମୋର ବର୍ତ୍ତମାନର ଗୁରୁ ଜୈନ ସନ୍ଥ ବିଦ୍ୟାସାଗର ମହାରାଜ ମୋତେ ୧୭ ମାର୍ଚ୍ଚ ୨୦୨୨ରେ କହିଥିଲେ ଦୁନିଆ ପାଇଁ ଦିଦିମା ହେବାକୁ। ତାଙ୍କର ସେହି ଇଚ୍ଛା ନଭେମ୍ବର ୧୭ରେ ପୂରଣ ହେବ। ସେହିଦିନଠାରୁ ମୁଁ ମୋର ବନ୍ଧୁ ଓ ପରିବାର ଆଦିଠାରୁ ସମସ୍ତ ବ୍ୟକ୍ତିଗତ ସମ୍ପର୍କକୁ ତ୍ୟାଗ କରିବି। ତେବେ ଯାଇ ମୁଁ ସମସ୍ତଙ୍କର ଦିଦିମା ହୋଇପାରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe