୩୦ କୋଟିର ଜମି ଠକେଇ ମାମଲା : ଉମାମଣି ଇଷ୍ଟେଟ୍‌ ଏମ୍‌ଡିଙ୍କୁ ଜାମିନ

Advertisment
୩୦ କୋଟିର ଜମି ଠକେଇ ମାମଲା : ଉମାମଣି ଇଷ୍ଟେଟ୍‌ ଏମ୍‌ଡିଙ୍କୁ ଜାମିନ

ନୂଆଦିଲ୍ଲୀ : ୩୦କୋଟି ଟଙ୍କାର ଜମି ଠକେଇ ମାମଲାରେ ଉମାମଣି ଇଷ୍ଟେଟ କ୍ରିଏସନ ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ନାୟକଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ବିଚାରପତି ନବୀନ ସିହ୍ନା ଓ ବିଚାରପତି ରୋହିନ୍‌ଟନ୍‌ ନାରିମନ୍‌ଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନାରାୟଣଙ୍କୁୁ ଜାମିନ ମଞ୍ଜୁର କରିଛନ୍ତି। ସୂଚନାନୁଯାୟୀ, ଭୁବନେଶ୍ୱର ଉପକଣ୍ଠରେ ଜମି ଯୋଗାଇବା ପାଇଁ ୧୧୦ଜଣ ନିବେଶକାରୀଙ୍କ ଠାରୁ ପାଖାପାଖି ୩୦କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନାରାୟଣଙ୍କୁ ୨୦୧୩ ଜୁନ୍‌ ୪ରେ ଗିରଫ କରିଥିଲେ। ଏହା ପରେ ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟର୍ସ ଆଇନ୍‌ ଅନୁସାରେ ନାରାୟଣଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଥିଲା। ତେବେ ୨୦୧୫ରେ ଅଭିଯୁକ୍ତ ନାରାୟଣ ଜାମିନ୍‌ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ଅଦାଲତ ତାହା ଖାରଜ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe