ଉମର ଖାଲିଦକୁ ଅନ୍ତରୀଣ ଜାମିନ

ଦିଲ୍ଲୀ ଦଙ୍ଗା ମାମଲାରେ ଜେଲରେ ଥିବା ଉମର ଖାଲିଦ ଏବେ ସାମୟିକଭାବେ ଜେଲରୁ ମୁକୁଳିବେ। ଦିଲ୍ଲୀର କରକରଡୁମା କୋର୍ଟ ତାଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଏନୟୁର ଏହି ପୂର୍ବତନ ଛାତ୍ର ଉମର ଖାଲିଦ୍ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
umar

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଲରେ ଥିବା ଉମର ଖାଲିଦ ଏବେ ସାମୟିକଭାବେ ଜେଲରୁ ମୁକୁଳିବେ। ଦିଲ୍ଲୀର କରକରଡୁମା କୋର୍ଟ ତାଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଏନୟୁର ଏହି ପୂର୍ବତନ ଛାତ୍ର ଉମର ଖାଲିଦ୍ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

କରକରଡୁମା କୋର୍ଟର ଅତିରିକ୍ତ ସେସନ ଜଜ୍ ସମୀର ବାଜପେୟୀ ଖାଲିଦଙ୍କୁ ଏକ ପାରିବାରିକ ବିବାହରେ ଯୋଗ ଦେବା ପାଇଁ ୭ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହି ଜାମିନ ପାଇଁ ତାଙ୍କ ଉପରେ କେତେକ ସର୍ତ୍ତ ଆରୋପ କରାଯାଇଛି । ଏସବୁ ମଧ୍ୟରେ ରହିଛି ମାମଲାର କୌଣସି ସାକ୍ଷୀଙ୍କ ସହ ସେ ଯୋଗାଯୋଗ କରିବେ ନାହିଁ, ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିବେ ନାହିଁ, ସେ କୌଣସି କେବଳ ଘରେ ରହିବେ କିମ୍ବା ସଂପୃକ୍ତ ବିବାହ ଉତ୍ସବରେ ଯୋଗ ଦେଇପାରିବେ । ଆସନ୍ତା ଜାନୁଆରୁ ୩ ତାରିଖ ପୂର୍ବରୁ ସେ ଜେଲ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିବେ ।

ଅକ୍ଟୋବର ୨୦୨୨ରେ ଉମର ଖାଲିଦଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ପରେ ତାଙ୍କର ଏସଏଲପି ପ୍ରତ୍ୟାହାର କରି ନେଇଥିଲେ। ନିମ୍ନ ଅଦାଲତରେ ସେ ଦ୍ୱିତୀୟ ନିୟମିତ ଜାମିନ ଆବେଦନ କରିଥିଲେ, ଯାହା ଚଳିତ ବର୍ଷ ପ୍ରାରମ୍ଭରେ ଖାରଜ ହୋଇଯାଇଥିଲା। ଖାଲିଦଙ୍କ ଦ୍ବିତୀୟ ନିୟମିତ ଜାମିନ ଆବେଦନ ଖାରଜ ହେବାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe