ଅପହରଣ ହେବା ପରେ ମୋ ପୁଅ ଅତୀକ୍ ସହ ସିଂହ ଭଳି ଲଢ଼ିଥିଲା: ଉମେଶଙ୍କ ମା‘

Advertisment
ଅପହରଣ ହେବା ପରେ ମୋ ପୁଅ ଅତୀକ୍ ସହ ସିଂହ ଭଳି ଲଢ଼ିଥିଲା: ଉମେଶଙ୍କ ମା‘

aajtak

ଲକ୍ଷ୍ନୌ: ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଅତୀକ ଅହମ୍ମଦର ଭାଇ ଅଶରଫ ଅହମ୍ମଦଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।  ଅତୀକ ଅହମ୍ମଦକୁ ଏହି ଦଣ୍ଡ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୃତ ଉମେଶ ପାଲଙ୍କ ମା’।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଉମେଶ ପାଲଙ୍କ ମା’ କହିଛନ୍ତି ଯେ, ମୋ ପୁଅ ସିଂହ ଭଳି ଲଢ଼ିଥିଲା। ଅତୀକ ଭଳି ବଡ଼ ଗ୍ୟାଙ୍ଗଷ୍ଟର ଆଗରେ ସେ ମୁଣ୍ଡ ନୁଆଁଇ ନଥିଲା। ଅତୀକ୍ ମୋ ପୁଅକୁ ଅପହରଣ କରି ୩ଦିନ ରଖିଥିଲେ ଏବଂ ପରେ ବିରୋଧ କରାଯିବାରୁ ସେ ମୋ ପୁଅକୁ ଛଡ଼ିଥିଲା। ଅତୀକ କବଳରୁ ମୁକ୍ତ ହେବା ପରେ ବି ମୋ ପୁଅ ନଡରି ସତ୍ୟ ପାଇଁ ଲଢ଼େଇ ଜାରି ରଖିଥିଲା। ଆଜି ପର୍ଯ୍ୟନ୍ତ କେହି ଅତୀକ୍ ସହିତ ଆଖି ମିଶାଇ କଥା ହେବାକୁ ସାହସ କରିନଥିଲେ ବି ମୋ ପୁଅ ତାହା କରିଥିଲା। ଏତେ ବର୍ଷର ଲଢ଼େଇ ପରେ ମୋ ପୁଅ ବିଶ୍ବାସ ରଖିଥିଲା ଯେ ଅଦାଲତ ଅତୀକକୁ ନିଶ୍ଚୟ ଦଣ୍ଡ ଦେବେ। ହେଲେ ଏସବୁ ଦେଖିବା ପାଇଁ ସେ ଆଜି ନାହିଁ। ଦଣ୍ଡିତ ହେବା ପୂର୍ବରୁ ଅତୀକ୍ ମୋ ପୁଅକୁ ହତ୍ୟା କରିଛି। ଆଜି ମୋ ପୁଅକୁ ଅପହରଣ କରିଥିବାରୁ ତାକୁ ଦଣ୍ଡ ମିଳିଛି ସତ, ହେଲେ ମୋ ପୁଅକୁ ହତ୍ୟା କରିବା ମାମଲାର ରାୟ ଏପର୍ଯ୍ୟନ୍ତ ଆସି ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୦୫ରେ ହୋଇଥିବା ରାଜୁ ପାଲ ହତ୍ୟା ମାମଲାରେ ଉମେଶ ପାଲ ମୁଖ୍ୟ ସାକ୍ଷୀ ଥିଲେ। ଏହି କାରଣରୁ ଫେବ୍ରୁଆରି ୨୪, ୨୦୨୩ରେ ପ୍ରୟାଗରାଜରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ଅତୀକର ହାତ ଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ଏହାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe