ପ୍ରଥମ ଥର ପାଇଁ ହିନ୍ଦୀ ସମେତ ବହୁଭାଷା ସଂକ୍ରାନ୍ତ ପ୍ରସ୍ତାବନା ଗ୍ରହଣ କଲା ଜାତିସଂଘ

Advertisment
ପ୍ରଥମ ଥର ପାଇଁ ହିନ୍ଦୀ ସମେତ ବହୁଭାଷା ସଂକ୍ରାନ୍ତ ପ୍ରସ୍ତାବନା ଗ୍ରହଣ କଲା ଜାତିସଂଘ

Image Courtesy of NDTV

ନ୍ୟୁୟର୍କ: ପ୍ରଥମ ଥର ପାଇଁ ହିନ୍ଦୀ ଭାଷା ଉଲ୍ଲେଖ ଥିବା ଭାରତଦ୍ବାରା ପ୍ରାୟୋଜିତ ବହୁଭାଷା ସଂକ୍ରାନ୍ତ ପ୍ରସ୍ତାବନାକୁ ଜାତିସଂଘର ‘ଜେନେରାଲ୍‌ ଆସେମ୍ବ୍ଲି’ ଗ୍ରହଣ କରିଛି।

ହିନ୍ଦୀ ଭାଷା ସମେତ ଆନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର ଏବଂ ବାର୍ତ୍ତା ପ୍ରସାରଣ ନିମ‌େନ୍ତେ ଜାତିସଂଘକୁ ଉତ୍ସାହିତ କରୁଥିବା ଉକ୍ତ ପ୍ରସ୍ତାବନା ଶୁକ୍ରବାର ଦିନ ଅନୁମୋଦନ ଲାଭ କରିଛି।

ଜାତିସଂଘ ପାଇଁ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି, ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରସ୍ତାବନାରେ ହିନ୍ଦୀ ଭାଷା ଉଲ୍ଲେଖ ଅଛି। ଏହାଛଡ଼ା, ଏହି ପ୍ରସ୍ତାବନା ମଧ୍ୟ ପ୍ରଥମ ଥର ପାଇଁ ବଙ୍ଗଳା ଓ ଉର୍ଦ୍ଦୁ ଭାଷା କଥା ଉଲ୍ଲେଖ କରିଛି। ଆମେ ଏହାକୁ ସ୍ବାଗତ କରୁଛୁ।

publive-image Image Courtesy of News18

ବହୁଭାଷା ଜାତିସଂଘର ମୂଳ ମୂଲ୍ୟବୋଧ ଭାବେ ସ୍ବୀକୃତ ବୋଲି ତିରୁମୂର୍ତ୍ତି କହିବା ସହ ଭହୁଭାଷା ଉପରେ ପ୍ରାଧାନ୍ୟ ଦେଇଥିବାରୁ ମହାସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ହିନ୍ଦୀ ଭାଷାରେ ସାଧାରଣ ଏବଂ ମିଶ୍ରିତ ଓ ମଲ୍‌ଟିମିଡିଆ ବିଷୟବସ୍ତୁ ଥିବା ଖବର ପାଇଁ ‘ଏକ୍‌ଷ୍ଟ୍ରାବଜେଟାରି’ ଅନୁଦାନ ଯୋଗାଇ ୨୦୧୮ ମସିହାରୁ ଭାରତ ‘ୟୁଏନ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଗ୍ଲୋବାଲ୍‌ କମ୍ୟୁନିକେସନ୍‌ସ୍‌’ର ଅଂଶୀଦାର ହୋଇରହିଛି।

ଏହାର ଅଂଶବିଶେଷ ଭାବେ ୨୦୧୮ରେ ‘ହିନ୍ଦୀ@ ୟୁଏନ୍‌’ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ହିନ୍ଦୀ ଭାଷାରେ ଜାତିସଂଘ ପ୍ରତି ଜନସାଧାରଣଙ୍କ ଉନ୍ମୁକ୍ତତା ବୃଦ୍ଧି କରିବା ଏବଂ ସମଗ୍ର ବିଶ୍ବରେ ଅସଂଖ୍ୟ ହିନ୍ଦୀ ଭାଷାଭାଷୀମାନଙ୍କୁ ବୈଶ୍ବିକ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe