୭ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପ୍ରତ୍ୟାର୍ପଣ କରି ଭାରତ ସରକାର ଭଲ କଲେ ନାହିଁ : ଜାତିସଂଘ

Advertisment
ଗୁରୁବାର ଦିନ ଭାରତ ସାତଜଣ ରୋହିଙ୍ଗ୍ୟାଙ୍କୁ ମିଅାଁମାର୍‌କୁ ବିଦା କରିବ

ନୂଆଦିଲ୍ଲୀ : ୭ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମ୍ୟାଁମାରକୁ ପ୍ରତ୍ୟାର୍ପଣ କରିଛି ଭାରତ । ତେବେ ଏହାକୁ ସମାଲୋଚନା କରିଛି ମିଳିତ ଜାତିସଂଘ । ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଏହି ରୋହିଙ୍ଗ୍ୟାମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସତ୍ତ୍ୱେ ଭାରତ ସେମାନଙ୍କୁ ମ୍ୟାଁମାର ସରକାରଙ୍କ ହାତରେ ଟେକିଦେବା ବେଶ ଚିନ୍ତାର ବିଷୟ । ଏହି ଶରଣାର୍ଥୀମାନଙ୍କୁ ପ୍ରତ୍ୟାର୍ପଣ ନ କରିବାକୁ ଜାତିସଂଘ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଭାରତ ସରକାର ତାହା ଶୁଣିନଥିଲେ ବୋଲି ଏହି ସଂସ୍ଥା କହିଛି । ଗତ କାଲି ଭାରତ ସରକାର ଏହି ୭ ଜଣଙ୍କୁ ମଣିପୁରର ଇମ୍ପାଲ ଦେି ମ୍ୟାମାର ସରକାରଙ୍କୁ ହସ୍ତାନ୍ତର କରିଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ । ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୁଷଣ ଆବେଦନ କରିଥିଲେ ମଧ୍ୟ ମୁଖ୍ୟବିଚାରପତି ତାହାକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe