Image Source: India Today
ଜାତିସଂଘ: କୋଭିଡ୍-୧୯ ମହାମାରୀ ବିପକ୍ଷରେ ଲଢ଼ିବା ନିମନ୍ତେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିଥିବା ଦେଶମାନଙ୍କୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଅଭିବାଦନ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶକୁ ଭାରତ ମ୍ୟାଲେରିଆ ନିରାଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପଠାଇବା ପରେ ଗୁଟେରେସ୍ ଅଭିବାଦନ ଜଣାଇଥିବା କଥା ତାଙ୍କ ମୁଖପାତ୍ରଙ୍କ ଠାରୁ ପ୍ରକାଶ।
ଶୁକ୍ରବାର ଦିନ ପ୍ରାତ୍ୟେହିକ ସାମ୍ବାଦିକ ସମ୍ମିଳନୀରେ ଆଣ୍ଟୋନିଓଙ୍କ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଲେ ଭୂତାଣୁ ବିପକ୍ଷରେ ସଂଗ୍ରାମ ନିମନ୍ତେ ମହାସଚିବ ଜାଗତିକ ଏକତା ନିମନ୍ତେ ଆହ୍ବାନ ଦେଇଛନ୍ତି। ଏହା ଅର୍ଥ ହେଉଛି ଯେଉଁ ଦେଶମାନେ ଅନ୍ୟ ଦେଶକୁ ସାହାଯ୍ୟ କରବା ସ୍ଥିତିରେ ଅଛନ୍ତି ସେମାନେ ସାହାଯ୍ୟ ଦିଅନ୍ତୁ। ସେ ଭଳି କରୁଥିବା ଦେଶମାନଙ୍କୁ ଆମେ ଅଭିବାଦନ ଜଣାଉଛୁ।
Image Source: Zee Newsକରୋନାଭାଇରସ୍ ସଂକ୍ରମଣ ସମୟରେ ଅନ୍ୟ ଦେଶମାନଙ୍କୁ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବାରେ ଭାରତର ଉଦ୍ୟମ ଉପରେ ଗୁଟେରେସ୍ଙ୍କ ପ୍ରତିକ୍ରିୟା ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି ଉତ୍ତର ଦେଇଛନ୍ତି।
୫୫ଟି କରୋନାଭାଇରସ୍ ପ୍ରପୀଡ଼ିତ ଦେଶକୁ ଦାନ ଓ ବ୍ୟବସାୟ ଆଧାରରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଇ ଦେଉଛି।
Follow Us