Image Source: UN News
ନୂଆଦିଲ୍ଲୀ: ବଢ଼ି ଚାଲିଥିବା କୋଭିଡ୍-୧୯ ବିପତ୍ତିର ମୁକାବିଲା ଏବଂ ବିଶ୍ବରେ ଶାନ୍ତି ବଜାୟ ରଖିବା କାମରେ ସହଯୋଗ କରିବାକୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍ ଶନିବାର ଦିନ ସମସ୍ତ ଧର୍ମବିଶ୍ବାସର ନେତମାନଙ୍କୁ କହିଛନ୍ତି।
ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି: ଅଧ୍ୟାତ୍ମିକ ପଞ୍ଜିକାର ଏକ ବିଶେଷ ସମୟରେ ମୁଁ ନିବେଦନ କରୁଛି। ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏହା ଇଷ୍ଟର୍ ପାଳନର ସମୟ। ଇହୁଦୀମାନେ ପାସ୍ଓଭର ପାଳନ କରୁଛନ୍ତି। ଅଳ୍ପ ଦିନ ପରେ ମୁସଲମାନମାନେ ରମଜାନ ମାସ ଆରମ୍ଭ କରିବେ। ଏସବୁ ପାଳନ କରୁଥିବା ବ୍ୟକ୍ତିବିଶେଷଙ୍କୁ ମୋର ଆନ୍ତରିକ ଅଭିନନ୍ଦନ।
Image Source: Zee Newsସେ ଆହୁରି କହିଛନ୍ତି ଯେ ଉତ୍ସବ ପାଳନରେ ସାମ୍ପ୍ରଦାୟିକ ସମାବେଶ, ପାରିବାରିକ ମିଳନ ଯୋଗୁଁ ଖୁବ୍ ଜନଗହଳି ହୋଇଥାଏ। କିନ୍ତୁ, ଆଜିର ସମୟ ପୂର୍ବ ଭଳି ହୋଇ ରହିନାହିଁ। ଆମେ ଗୋଟାଏ ବିଚିତ୍ର, ଅବାସ୍ତବ ବିଶ୍ବ ଆଡ଼କୁ ମୁହଁଉଛନ୍ତି- ନିରବ ରାସ୍ତାଘାଟ, ବନ୍ଦ ଦୋକାନ, ନିର୍ଜନ ଉପାସନାସ୍ଥଳୀ, ଚିନ୍ତାକୁଳ ଦୁନିଆ।
ଗଟେରେସ୍ ବିଶ୍ବର ଧାର୍ମିକ ନେତାମାନଙ୍କୁ କହିଛନ୍ତି ଯେ କେବଳ ପ୍ରତିଫଳନ, ସ୍ମରଣ ଏବଂ ନବୀକରଣ ନିମନ୍ତେ ସେମାନେ ଏହି ପବିତ୍ର ଉତ୍ସବର ସାରମର୍ମରୁ ପ୍ରେରଣା ଗ୍ରହଣ କରନ୍ତୁ। ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ପ୍ରତିଫଳନର ଅର୍ଥ ଏହି ମାରାତ୍ମକ ଭୂତାଣୁ ସହ ସମ୍ମୁଖ ଯୁଦ୍ଧ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ କଥା ଭାବିବା। ଏହି ରୋଗ ଯୋଗୁଁ ଯୁଦ୍ଧାଞ୍ଚଳ, ସରଣାର୍ଥୀ ଶିବିର ଏବଂ ବସ୍ତିରେ ଆଶଙ୍କିତ ହୋଇ ରହିଥିବା ଲୋକଙ୍କୁ ସ୍ମରଣ କରିବା। ସାମର୍ଥ୍ୟ ପାଇବାକୁ ମିଳିତ ନ ହୋଇ ମଧ୍ୟ ପରସ୍ପରକୁ ବିଶ୍ବାସ କରିବା।
Follow Us