ଇସ୍ରାଏଲକୁ ଜାତିସଂଘ ମୁଖ୍ୟଙ୍କ ଅନୁରୋଧ: ପାଲେଷ୍ଟିନୀୟଙ୍କୁ ‘ସାମୂହିକ ଦଣ୍ଡ’ ଦିଅନାହିଁ

Advertisment
ଇସ୍ରାଏଲକୁ ଜାତିସଂଘ ମୁଖ୍ୟଙ୍କ ଅନୁରୋଧ: ପାଲେଷ୍ଟିନୀୟଙ୍କୁ ‘ସାମୂହିକ ଦଣ୍ଡ’ ଦିଅନାହିଁ

ବେଜିଂ: ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ। ଚୀନ୍‌ରେ ଏକ ଅର୍ଥନୈତିକ ମଞ୍ଚରେ ଉଦ୍‌ବୋଧନ ଦେଇ ଗୁଟେରସ୍ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ହମାସ ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ବୋଲି କହି ନିନ୍ଦା କରିଛନ୍ତି, ଯେଉଁଥିରେ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଗୁଟେରସ୍ କହିଛନ୍ତି, ହମାସର ଆକ୍ରମଣ ନିନ୍ଦନୀୟ, କିନ୍ତୁ ତାହା ବୋଲି ପାଲେଷ୍ଟାଇନ୍ ଲୋକଙ୍କୁ ସାମୂହିକ ଦଣ୍ଡ ଦେବାକୁ ବି ଯୁକ୍ତିଯୁକ୍ତ କୁହାଯାଇପାରିବ ନାହିଁ। ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ସେ ନିବେଦନ କରିଛନ୍ତି।

ଆତଙ୍କବାଦୀମାନେ ଅପହରଣ କରି ନେଇଥିବା ପ୍ରାୟ ୧୯୯ ଜଣ ଲୋକଙ୍କୁ ମଧ୍ୟ ତୁରନ୍ତ ଏବଂ ନିଃସର୍ତ୍ତ ମୁକ୍ତ କରିବାକୁ ସେ ହମାସକୁ ଆହ୍ୱାନ ଦେଇଛନ୍ତି। ଏଥି ସହ ଗାଜାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ମାନବିକ ସହାୟତାର ଅବାଧ ପ୍ରବେଶକୁ ଅନୁମତି ଦେବାକୁ ସେ ଇସ୍ରାଏଲକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗାଜାର ଏକ ହସ୍ପିଟାଲରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ଶତାଧିକ ଲୋକ ପ୍ରାଣ ହରାଇଥିବାରୁ ସେ ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି। ଗାଜା ଶରଣାର୍ଥୀ ଶିବିରରେ ଜାତିସଂଘ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣକୁ ମଧ୍ୟ ଗୁଟେରସ୍ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe