Image Courtesy of India Today
ଜାତିସଂଘ: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ‘ଅଜେୟ’ (ଜିତିବା ଅସମ୍ଭବ) ବୋଲି ଘୋଷଣା କରି ମଙ୍ଗଳବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ରୁଷ୍କୁ କହିଛନ୍ତି ଯେ, ଏଭଳି ‘ଅବାନ୍ତର ଯୁଦ୍ଧ’ ବା ‘ଅଯୌକ୍ତିକ ଯୁଦ୍ଧ’ ଶେଷ କରିବାର ସମୟ ଆସିଯାଇଛି।
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ନ୍ୟୁୟର୍କସ୍ଥିତ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଯୁଦ୍ଧର ମୋଡ଼ ଦ୍ରୁତତର ହେଉନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେବ ରୁଷୀୟ ସେନା ମାରିଉପୋଲ୍କୁ ଘେରି ଭୀଷଣ ବୋମା ବର୍ଷଣ କରୁଛି। କ’ଣ ପାଇଁ?
ମାରିଉପୋଲ୍ର ପତନ ହେଲେ ବି, ସହର ପରେ ସହର, ରାସ୍ତା ପରେ ରାସ୍ତା ଏବଂ ଘର ପରେ ଘର- ଏଭଳି ଭାବେ ୟୁକ୍ରେନ୍କୁ ଜିଣି ହେବ ନାହିଁ। ଅଧିକ ଦିନ ଲଢ଼େଇ ଚାଲିଲେ, ଦୁର୍ଦ୍ଦଶା, ଧ୍ବଂସ ଏବଂ ଆତଙ୍କ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
Image Courtesy of Arab Newsସେ ଆହୁରି ମଧ୍ୟ କହିଛନ୍ତି, ଶତ୍ରୁତାର ଅବସାନ ଘଟାଇ ସନ୍ଧି କରିବା ପାଇଁ ଅନେକ ପ୍ରସ୍ତାବ ରହିଛି। ଏ ଯୁଦ୍ଧ ‘ଅଜେୟ’। ଏହାର ଶେଷ ପରିଣତି ହେଉଛି, ରଣାଙ୍ଗରୁ ଶାନ୍ତି ସନ୍ଧି। ଏହାହିଁ ଅବଶମ୍ଭାବୀ।
ସୂଚନାଯୋଗ୍ୟ, ବୁଧବାର ଦିନ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଜାତିସଂଘ ସାଧାରଣ ପରିଷଦ୍ ପୁଣି ଥରେ ସ୍ବତନ୍ତ୍ର ଜରୁରୀ ଅଧିବେଶନ ଡାକିବ। ଚଳିତ ମାସ ପ୍ରାରମ୍ଭରେ (ମାର୍ଚ ୨) ବସିଥିବା ବୈଠକରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୪୧ଜଣ ରୁଷ୍ ବିପକ୍ଷରେ ମତ ଦେଇଥିଲେ।
Follow Us