ଟିକା ହିଁ ସ୍ବାଭାବିକ ସ୍ଥିତି ଫେରାଇ ଆଣିବ: ଜାତିସଂଘ ମୁଖ୍ୟ

Advertisment
ଆଜିଠୁ ଜାତିସଂଘ ମୁଖ୍ୟଙ୍କ ୩ ଦିନିଆ ଭାରତ ଗସ୍ତ

Arab News

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ କରୋନା ଭାଇାରସ୍‌ ମହାମାରୀ ଜଟିଳ ସ୍ଥିତି ସୃଷ୍ଟି କରିଛି। ବିଶ୍ବ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୯୭ ହଜାର ଟପି ସାରିଛି। କିଛି ସ୍ଥାନରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଆମେରିକା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଜାତିସଂଘ ମୁଖ୍ୟ ଆଣ୍ଟୋ‌ନିଓ ଗଟର୍ସ‌୍ କହିଛନ୍ତି, କେବଳ କରୋନା ଭାଇରସ୍‌ ଟିକା ହିଁ ସ୍ବାଭାବିକ ସ୍ଥିତି ଫେରାଇ ଆଣିପାରିବ। ଚଳିତବର୍ଷ ଶେଷ ସୁଦ୍ଧା ଟିକା ଆସିବ ବୋଲି ଆଶା କରାଯାଉଛି। ଏକ ସଫଳପ୍ରଦ ଟିକା ହିଁ ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିବ ଏବଂ ଅର୍ଥନୀତିକୁ ସୁଧାରିପାରିବ ବୋଲି ଗଟର୍ସ କହିଛନ୍ତି। ୨୦୨୦ ଶେଷ ସୁଦ୍ଧା କୋଭିଡ୍‌-୧୯ ଟିକା ବାହାର କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଗଟର୍ସ କହିଛନ୍ତି, ଏଭଳି ମହାମାରୀର ମୁକାବିଲା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରେ ୨ ବିଲିଅନ୍‌ ଡଲାର ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ଏଯାବତ୍‌ ଏହାର ୨୦ ପ୍ରତିଶତ ଆଦାୟ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଜାତିସଂଘ ୪୭ ଆଫ୍ରିକୀୟ ଦେଶରେ କୋଭିଡ୍‌ -୧୯ ପରୀକ୍ଷା କରାଇବାରେ ସକ୍ଷମ ହୋଇଛି ବୋଲି ସେ କହିଛନ୍ତି। ମହାମାରୀର ପରିଣାମକୁ ହ୍ରାସ କରିବା ପାଇଁ ଅନେକ ଆଫ୍ରିକୀୟ ସରକାରଙ୍କ ଉଦ୍ୟମକୁ ମଧ୍ୟ ଜାତିସଂଘ ମୁଖ୍ୟ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe