ହସ୍ପିଟାଲ୍‌ ଉପରେ ଆକ୍ରମଣକୁ ଜାତିସଂଘର ନିନ୍ଦା: ଇସ୍ରାଏଲ୍‌ ଟାର୍ଗେଟ୍‌ରେ ଗାଜାର ସର୍ବବୃହତ୍‌ ହସ୍ପିଟାଲ୍‌

Advertisment

୩୪ ଦିନର ଯୁଦ୍ଧରେ ୪୧ ସାମ୍ବାଦିକ ନିହତ

୩୪ ଦିନର ଯୁଦ୍ଧରେ ୪୧ ସାମ୍ବାଦିକ ନିହତ

ହସ୍ପିଟାଲ୍‌ ଉପରେ ଆକ୍ରମଣକୁ ଜାତିସଂଘର ନିନ୍ଦା: ଇସ୍ରାଏଲ୍‌ ଟାର୍ଗେଟ୍‌ରେ ଗାଜାର ସର୍ବବୃହତ୍‌ ହସ୍ପିଟାଲ୍‌

ଟେଲ୍‌ ଅଭିଭ: ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍‌ ଶିଫା ପରିସରରେ ତୁହାକୁ ତୁହା ଆକ୍ରମଣ କରୁଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଇସ୍ରାଏଲ ସେନା ଏହି ହସ୍ପିଟାଲକୁ ଘେରି ରହିଥିବାରୁ ଆତଙ୍କ ଲାଗି ରହିଛି। ଏହି ହସ୍ପିଟାଲର ପରିସର ଏବଂ ଏହାର ତଳେ ଥିବା ସୁଡ଼ଙ୍ଗରେ ବହୁ ସଂଖ୍ୟାରେ ହମାସ୍‌ ଆତଙ୍କବାଦୀ ଲୁଚିଥିବା ଇସ୍ରାଏଲ ଦାବି କରିଛି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି। ହମାସ ବନ୍ଦୀମାନଙ୍କୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲ ଅସ୍ତ୍ରବିରତିକୁ ପ୍ରତ୍ୟାଖ୍ୟାନ କରିବା ସହ ଆକ୍ରମଣକୁ ଦ୍ୱିଗୁଣିତ କରିଛି। ଅନ୍ୟପକ୍ଷରେ ହସ୍ପିଟାଲ ଉପରେ ପୁଣି ଆକ୍ରମଣକୁ ଜାତିସଂଘ ନିନ୍ଦା କରିବା ସହ ଗାଜାରେ ଆଉ କୌଣସି ସ୍ଥାନ ସୁରକ୍ଷିତ ନୁହେଁ ବୋଲି କହିଛି।

ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଭୟାନକ ଓ ବର୍ବର ଆକ୍ରମଣ କରିଥିଲେ। ସେମାନେ ପ୍ରଥମେ ୫ ହଜାର ରକେଟ୍‌ ମାଡ଼ କରିବା ସହ ନାଗରିକମାନଙ୍କୁ ଗୁଳିବର୍ଷା କରି ଓ ଗଳା କାଟି ହତ୍ୟା କରିଥିଲେ। ପ୍ରାୟ ୧୪ ଶହ ଲୋକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ସହ ୨୪୦ ଜଣଙ୍କୁ ଅପହରଣ କରି ଗାଜାକୁ ନେଇଯାଇଛନ୍ତି। ଏହି ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ ହମାସ୍‌ ଆତଙ୍କବାଦୀଙ୍କ ସର୍ତ୍ତକୁ ଗ୍ରହଣ କରିବା ପାଇଁ ଇସ୍ରାଏଲ ମନା କରିଦେଇଛି। ଆରବ ରାଷ୍ଟ୍ରମାନେ ଏବେ ଇସ୍ରାଏଲ ବିରୋଧରେ ଏକଜୁଟ ହେଉଥିବାରୁ ଆଗକୁ ଯୁଦ୍ଧ ବ୍ୟାପିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଗାଜା ଦଖଲ କରିବା ଆମ ଲକ୍ଷ୍ୟ ନୁହେଁ ବୋଲି ଆଜି ଯୁଦ୍ଧର ୩୪ତମ ଦିବସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ ଲକ୍ଷ୍ୟରେ ଆମେ ଯୁଦ୍ଧ କରୁଛୁ ଏବଂ ଏହି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ନେତାନ୍ୟାହୁ ଏକ ସାକ୍ଷାତକାରରେ କହିଛନ୍ତି। ମଧ୍ୟପ୍ରାଚ୍ୟକୁ ଏକ ଭଲ ଭବିଷ୍ୟତ ଦେବାକୁ ଆମେ ଚାହୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୩୪ ଦିନର ଯୁଦ୍ଧରେ ୪୧ ସାମ୍ବାଦିକ ନିହତ
ଗାଜା: ଅକ୍‌ଟୋବର ୭ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଆଜି ସୁଦ୍ଧା ୪୧ ଜଣ ସାମ୍ବାଦିକ ତଥା ମିଡିଆ କର୍ମୀଙ୍କ ମୃତ୍ୟୁ ହେଲାଣି। ଏହି ଯୁଦ୍ଧରେ ଇସ୍ରାଏଲର ୧୪ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜା ଓ ୱେଷ୍ଟ୍‌ବ୍ୟାଙ୍କରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି। ସାମ୍ବାଦିକଙ୍କ ପାଇଁ ଗାଜାର କୌଣସି ସ୍ଥାନ ନିରାପଦ ନୁହେଁ ବୋଲି ରିପୋର୍ଟର୍ସ ୱିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) କହିଛି। ଅଲ୍‌ ଜଜିରାର ଜଣେ ସାମ୍ବାଦିକଙ୍କ ପୂରା ପରିବାର ଏହି ଆକ୍ରମଣରେ ମୂଳପୋଛ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe