ଇଣ୍ଡିଆଟୁଡେ
ନୂଆଦିଲ୍ଳୀ: ୟୁକ୍ରେନ୍ର ମିରିଓପୋଲ୍ଠାରେ ଥିବା ଶିଶୁ ହସ୍ପିଟାଲ୍ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରି ଏହା ଏକ ଅତ୍ୟନ୍ତ ଅମାନୁଷିକ କାର୍ଯ୍ୟ ବୋଲି କହିଛି ଜାତିସଂଘ।
ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏ ନେଇ ଏକ ଟ୍ବିଟ୍ କରି ରୁଷକୁ ସମାଲୋଚନା କରିଛନ୍ତି। ସେ ଏପରି ହିଂସା ବନ୍ଦ କରିବାକୁ ରୁଷକୁ କହିଥିବା ଟ୍ବିଟର୍ରେ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୋଷ୍ଟୀ ମଧ୍ୟ ରୁଷର ଏପରି ଆଚରଣକୁ ତୀବ୍ର ନିନ୍ଦା କରିଛନ୍ତି।
ଆଣ୍ଟୋନିଓ ଗୁଟେରସ୍ ଆହୁରି ବି କହିଛନ୍ତି କି ଏହି ଯୁଦ୍ଧ ପାଇଁ ସାଧାରଣ ନାଗରିକଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ଏହି ଅଜ୍ଞାନ ହିଂସା ଓ ରକ୍ତପାତର ଅନ୍ତଃ ଘଟାନ୍ତୁ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତକାଲି ହୋଇଥିବା ରୁଷର ଏହି ଆକ୍ରମଣରେ ପ୍ରାୟ ୧୭ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ଡାକ୍ତରଖାନାର ଶିଶୁ ଓ ପ୍ରସୂତୀ ୱାର୍ଡରେ ବୋମାମାଡ଼ ଯୋଗୁ ବହୁ କ୍ଷୟକ୍ଷତି ହୋଇଛି।
ଏହି ଆକ୍ରମଣକୁ ଏକ ପ୍ରକାରର ଅତ୍ୟାଚାର ବୋଲି କହି ଡାକ୍ତରଖାନାର ଧ୍ବଂସାବଶେଷ ତଳେ ଆହୁରି ଶିଶୁ ଓ ଅନ୍ୟ ରୋଗୀ ରହିଛନ୍ତି ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିର୍ ଜେଲେନ୍ସ୍କି।
Follow Us