ଜାତିସଂଘ ରିପୋର୍ଟରେ ଚୀନ୍ ବିରୋଧରେ ଅଭିଯୋଗ: ମୁସ୍‌ଲିମଙ୍କ କ୍ଷେତ୍ରରେ ଗୁରୁତର ମାନବାଧିକାର ଉଲ୍ଲଂଘନ

Advertisment
ଜାତିସଂଘ ରିପୋର୍ଟରେ ଚୀନ୍ ବିରୋଧରେ ଅଭିଯୋଗ: ମୁସ୍‌ଲିମଙ୍କ କ୍ଷେତ୍ରରେ ଗୁରୁତର ମାନବାଧିକାର ଉଲ୍ଲଂଘନ

dw.com

ୱାସିଂଟନ : ଚୀନ୍‌ର ନିପଟ ସିନ୍‌ଜିଆଙ୍ଗ ଅଞ୍ଚଳରେ ଗୁରୁତର ମାନବାଧିକାର ଉଲ୍ଲଂଘନ ହେଉଥିବା ଜାତିସଂଘର ଏକ ସଦ୍ୟତମ ରିପୋର୍ଟରେ ପ୍ରକାଶ ପାଇଛି। ଉକ୍ତ ଅଞ୍ଚଳର ସଂଖ୍ୟାଲଘୁ ମୁସଲମାନ ମହିଳାଙ୍କୁ ବଳାତ୍କାର କରାଯିବା, ଜବରଦସ୍ତ ବନ୍ଧ୍ୟାକରଣ କରାଯିବା ସହ ଅନେକ ମୁସଲମାନ ଆଶ୍ଚର୍ଯ୍ୟଜନକଭାବେ ଅନ୍ତର୍ଧାନ ହୋଇଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୪୮ ପୃଷ୍ଠାର ରିପୋର୍ଟରେ ଲେଖାଯାଇଛି ଯେ ଚୀନ୍ ଏକ ଅଭିନବ ଆତଙ୍କବାଦ ଓ ଉଗ୍ରବାଦ-ନିରୋଧୀ ରଣନୀତି ଆପଣେଇଛି। ଚୀନ୍‌ର ନୀତି ହେଉଛି, ‌ଯେଉଁ ସମ୍ପ୍ରଦାୟରୁ ଅଧିକ ଆତଙ୍କବାଦୀ ଓ ଉଗ୍ରବାଦୀ ବାହାରୁଛନ୍ତି ସେମାନଙ୍କ ବଂଶବୃଦ୍ଧି ହେବାକୁ ନଦେବା। କିନ୍ତୁ ଏହା ମାନବାଧିକାରର ଘୋର ଉଲ୍ଲଂଘନ ବୋଲି ଜାତିସଂଘ ପ୍ରକାଶ କରିଛି।

ସବୁ ମଣିଷଙ୍କର ସ୍ବାଧୀନ ଭାବରେ ବଞ୍ଚିବାର ଅଧିକାର ଅଛି। ଜାତିସଂଘର ମାନବାଧିକାର ଶାଖା ହାଇକମିସନର କହିଛନ୍ତି, ଉଇଘର ଓ ଅନ୍ୟ ମୁସଲମାନ ଗୋଷ୍ଠୀଗୁଡ଼ିକ ପ୍ରତି ଚୀନ୍ ସରକାର ବାଛବିଚାରମୂଳକ ନୀତି ଆପଣାଇବା ବେଆଇନ। ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯିବା ମାନବତା ବିରୋଧରେ ଅପରାଧ ଓ ଅନ୍ତର୍ଜାତୀୟ ଅପରାଧ। ତେବେ ଜାତିସଂଘର ଏହି ରିପୋର୍ଟକୁ ଚୀନ୍ ମିଛ ଓ ଭୁଲ୍ ତଥ୍ୟ ଉପରେ ପର୍ଯ୍ୟବସିତ ବୋଲି ଦାବି କରିଛି। ଚୀନ୍-ବିରୋଧୀ ଶକ୍ତିମାନେ ଏପରି ମନଗଢ଼ା କାହାଣୀ ସୃଷ୍ଟି କରିଛନ୍ତି ବୋଲି ଚୀନ୍ ଅଭିଯୋଗ କରିବା ସହ ତାଙ୍କ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ଆଉ କାହାର ନାହିଁ ବୋଲି ଚେତାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe