ପୃଥିବୀ ଭୟାବହ ବିପଦାଭିମୁଖୀ ବୈଶ୍ବିକ ଉତ୍ତାପ ପଥରେ ଗତି କରୁଛି: ଜାତିସଂଘ ରିପୋର୍ଟ

ପୃଥିବୀ ଭୟାବହ ବିପଦାଭିମୁଖୀ ବୈଶ୍ବିକ ଉତ୍ତାପ ପଥରେ ଗତି କରୁଛି: ଜାତିସଂଘ ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀ ପ୍ରାକ୍‌-ଔଦ୍ୟୋଗିକ (ଶିଳ୍ପାୟନ ପୂର୍ବର ବୈଶ୍ବିକ ପରିବେଶ) ସ୍ତର ଠାରୁ ୨.୭ ଡିଗ୍ରି ସେଲିସିୟସ୍‌ ଅଧିକ ଉତ୍ତପ୍ତ ଅବସ୍ଥା ଆଡ଼କୁ ଗତି କରୁଥିବ ବୋଲି ‘ୟୁଏନ୍ ଫ୍ରେମ୍‌ୱାର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ୍‌’ ‘ଗ୍ଲୋବାଲ୍‌ ଏମିସନ୍‌ସ୍‌ ଟାର୍ଗେଟ୍‌ସ୍‌’ ଉପରେ ପ୍ରକାଶ କରିଥିବା ନୂତନ ରିପୋର୍ଟରୁ ଜଣାପଡ଼ିଛି।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଜଳବାୟୁ ସଙ୍କଟର ବିଷମ ପରିଣାମକୁ ପ୍ରତିହତ କରିବା ନିମନ୍ତେ ବୈଶ୍ବିକ ତାପମାତ୍ରା ପ୍ରାକ୍‌-ଔଦ୍ୟୋଗିକ ସ୍ତର ଠାରୁ ୧.୫ ଡିଗ୍ରି ସେଲିସିୟସ୍‌ରୁ କମ୍ ରହିବା ଉଚିତ।

ଉପରୋକ୍ତ ରିପୋର୍ଟ ଉପରେ ମନ୍ତବ୍ୟ ଦେଇ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ସମ୍ପ୍ରତି ପୃଥିବୀ ଚରମ ଦୁର୍ଗତି ପଥରେ ଗତି କରୁଛି। ଏହା ହେଉଛି ‘ପ୍ୟାରିସ୍‌ ରାଜିନାମା’ର ଧାର୍ଯ୍ୟ ଲକ୍ଷ୍ୟ ‘୧.୫ ଡିଗ୍ରି ସେଲିସିୟସ୍‌’ ଅନୁସରଣ କରାଯିବ ବୋଲି ୬ ବର୍ଷ ପୂର୍ବେ ଦିଆଯାଇଥିବା ପ୍ରତିଶ୍ରୁତି ଭଙ୍ଗ। ଉକ୍ତ ଲକ୍ଷ୍ୟ ହାସଲ କରିବାରେ ବିଫଳ ‌ହେଲେ ବ୍ୟାପକ ଜୀବନ ଓ ଜୀବିକାହାନି ହେବ।

publive-image Image Courtesy of France24

ସେ ଆହୁରି ମଧ୍ୟ କହିଛନ୍ତି, ଉପରୋକ୍ତ ଲକ୍ଷ୍ୟ ହାସଲ ପାଇଁ ଆମ ପାଖରେ ଉପକରଣ ରହିଛି। କିନ୍ତୁ, ସେ ସବୁ ଉପଯୋଗ କରିବା ଲାଗି ଆମ ପାଖରେ ସମୟ ନାହିଁ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ ‘କାର୍ବନ ନ୍ୟୁଟ୍ରାଲିଟି’ରେ ପହଞ୍ଚିବାକୁ ହେଲେ ୨୦୩୦ ସୁଦ୍ଧା ଔଦ୍ୟୋଗିକ କ୍ଷେତ୍ରରୁ ନିଷ୍କାସନ ହେଉଥିବା ଉତ୍ତାପକୁ ୪୫% ହ୍ରାସ କରିବାକୁ ପଡ଼ିବ। କିନ୍ତୁ, ସମ୍ପ୍ରତି ବିଭିନ୍ନ ଦେଶରେ ଯେଉଁ ପରିମାଣର ଉତ୍ତାପ ନିର୍ଗତ ହେଉଛି, ତାହା ଚାଲୁ ରହିଲେ ୨୦୨୦ ବେଳକୁ ତାହା ୨୦୧୦ ଉତ୍ତାପ ସ୍ତର ଠାରୁ ୧୬% ଅଧିକ ହୋଇଯାଇଥିବ।

ଶୁକ୍ରବାର ଦିନ ‘ମେଜର୍‌ ଇକୋନୋମିକ୍‌ ଫୋରମ୍’ରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ନଭେମ୍ବର ମାସରେ ହେବାକୁ ଥିବା ଜଳବାୟୁ ସମ୍ମିଳନୀ ବିଫଳ ହେବାର ସମ୍ଭାବନା ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ବିଶ୍ବ ନେତୃବୃନ୍ଦ ‘ଉତ୍ତାପ ନିର୍ଗମନ ଲକ୍ଷ୍ୟ’ ସଂକ୍ରାନ୍ତରେ ଆଲୋଚନା କରିବେ। ‌ତେଣୁ, ସମସ୍ତେ ନିଜ ନିଜର ଦାୟିତ୍ବ ବହନ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି। ବୈଶ୍ବିକ ଉତ୍ତାପ ୧.୫ ଡିଗ୍ରି ସେଲିସିୟସ୍‌ ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe