ମାସିକଧର୍ମ ପାଇଁ ନବରାତ୍ରୀ ନକରିପାରିବାରୁ ଜୀବନ ହାରିଲେ ମହିଳା

ଚୈତ୍ର ନବରାତ୍ରୀ ନକରିପାରିବାରୁ ଜୀବନ ହାରିଲେ ମହିଳା। ନବରାତ୍ରୀର ପ୍ରଥମ ଦିନ ମାସିକଧର୍ମ ହେବାରୁ ମୃତକ ପୂଜା କରିପ‌ାରିନଥିଲେ। ଏଥିରେ ନିରାଶ ହୋଇ ସେ ବିଷ ପିଇଦେଇଥିବା ସାମ୍ନାକୁ ଆସିଛି।

unable-to-observe-navratri

ଝାନ୍ସି: ଚୈତ୍ର ନବରାତ୍ରୀ ନକରିପାରିବାରୁ ଜୀବନ ହାରିଲେ ମହିଳା। ନବରାତ୍ରୀର ପ୍ରଥମ ଦିନ ମାସିକଧର୍ମ ହେବାରୁ ମୃତକ ପୂଜା କରିପ‌ାରିନଥିଲେ। ଏଥିରେ ନିରାଶ ହୋଇ ସେ ବିଷ ପିଇଦେଇଥିବା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଝାନ୍ସିରେ। ମୃତକଙ୍କ ନାମ ହେଲା ପ୍ରିୟାଂଶା ସୋନି(୩୬)।

ସୂଚନା ମୁତାବକ, ୩୬ ବର୍ଷୀୟା ପ୍ରିୟାଂଶା ସୋନି ଚୈତ୍ର ନବରାତ୍ରି ପାଳନ କରିବା ଏବଂ ଦେବୀ ଦୁର୍ଗାଙ୍କ ପୂଜା କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ୯ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ, ସେ ତାଙ୍କ ସ୍ୱାମୀ ମୁକେଶ ସୋନିଙ୍କୁ ପୂଜା ପାଇଁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ କହିଥିଲେ। ଦେବୀଙ୍କୁ ଆବାହନ କରିବା ପାଇଁ ସବୁକିଛି ପ୍ରସ୍ତୁତ ଥିଲା। ହେଲେ ମାର୍ଚ୍ଚ ୩୦ ତାରିଖରେ ନବରାତ୍ରୀର ପ୍ରଥମ ଦିନ ପ୍ରିୟାଂଶା ସୋନିଙ୍କ ମାସିକ ଋତୁସ୍ରାବ ହୋଇଥିଲା ଏବଂ ସେ ପୂଜା କରିପାରି ନଥିଲେ। ତାଙ୍କ ପାଇଁ ତାଙ୍କ ସ୍ବାମୀ ପୂଜା କରିଥିଲେ। ପ୍ରିୟାଂଶା ଦୁଃଖିତ ଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝିନଥିଲେ। ଶେଷରେ ହତାଶ ହୋଇ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe