ବେଙ୍ଗାଲୁରୁ ଜଳାର୍ଣ୍ଣବ: ଅନଏକାଡେମୀର ସିଇଓଙ୍କ ଅବସ୍ଥା ବି ବେହାଲ, ପରିବାର ସହ ଟ୍ରାକ୍ଟରରେ ଉଦ୍ଧାର ହେଲେ

Advertisment
ବେଙ୍ଗାଲୁରୁ ଜଳାର୍ଣ୍ଣବ: ଅନଏକାଡେମୀର ସିଇଓଙ୍କ ଅବସ୍ଥା ବି ବେହାଲ, ପରିବାର ସହ ଟ୍ରାକ୍ଟରରେ ଉଦ୍ଧାର ହେଲେ

ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ରାସ୍ତାରେ ପାଣି ଜମିବାରୁ ବେହାଲ ହେଲାଣି ବେଙ୍ଗାଲୁରୁ ଅବସ୍ଥା। ଗରିବଙ୍କଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ, ସମସ୍ତେ ଏହାର ଶିକାର ହୋଇଥିବା ଦେଖାଯାଇଛି। ରାସ୍ତାରେ ପାଣି ଜମିବା ସହ ବଡ଼ ବଡ଼ ହାଇଟେକ ସୋସାଇଟିରେ ପାଣି ପଶିବାରୁ ଏବେ ଲୋକଙ୍କର ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇଛି। ଲୋକେ ଟ୍ରାକ୍ଟର ଏବଂ ବୁଲଡୋଜରରେ ବସି ଘରୁ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିସାରିଥିବା ବେଳେ ଏବେ ଅନଏକାଡେମୀର ସିଇଓ ଗୌରବ ମୁଞ୍ଜଲ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଥିବା ଜଣାପଡ଼ିଛି। ରହୁଥିବା ସୋସାଇଟିରେ ପାଣି ପଶିବାରୁ ତାଙ୍କୁ ତାଙ୍କ ପରିବାର ସମେତ ଟ୍ରାକ୍ଟର‌ ଯୋଗେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଏଡଟେକ୍ କମ୍ପାନି ଅନଏକାଡେମୀ ପ୍ରତିଷ୍ଠା କରିଥିବା ମୁଞ୍ଜଲ, ତାଙ୍କ ପୋଷା କୁକୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଳମଗ୍ନ ସୋସାଇଟିରୁ ଉଦ୍ଧାର କରିବା ପାଇଁ ଏକ ଟ୍ରାକ୍ଟରର ସାହାଯ୍ୟ ନେଇଥିବା ସାମ୍ନାକୁ ଆସିଛି। ବଡ଼ ବଡ଼ ବିଳାସପୂର୍ଣ୍ଣ ଗାଡ଼ି ଛାଡ଼ି ବେଙ୍ଗାଲୁରୁ ଭଳି ହାଇଟେକ ସହରରେ ଟ୍ରାକ୍ଟରର ବ୍ୟବହାର କରାଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରାକ୍ଟରରେ ବସିଥିବା ତାଙ୍କ ପୋଷା କୁକୁରର ଭିଡିଓ ଟ୍ବିଟ କରି ମୁଞ୍ଜଲ ଲେଖିଛନ୍ତି ଯେ, ବର୍ଷା ପାଣିରେ ବୁଡ଼ିଯାଇଥିବା ଆମ ‌ସୋସାଇଟିରୁ ଏକ ଟ୍ରାକ୍ଟରରେ ମୋ ପରିବାର ଏବଂ ମୋର ପୋଷା ଆଲବସକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ଭଲ ନାହିଁ। ଦୟାକରି ଯତ୍ନ ନିଅନ୍ତୁ। ଯଦି କୌଣସି ସାହାଯ୍ୟ ଦରକାର, ମୋତେ ମେସଜ କରିବେ। ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe