ବିଜେପି ବିଧାୟକଙ୍କ ଗୁଣ୍ଡା ମାତିଲେ, ୨ ନିଖୋଜ

Advertisment

ଉନ୍ନାଓ ଗଣଦୁଷ୍କର୍ମ ମାମଲା 

ଉନ୍ନାଓ ଗଣଦୁଷ୍କର୍ମ ମାମଲା 

ବିଜେପି ବିଧାୟକଙ୍କ ଗୁଣ୍ଡା ମାତିଲେ, ୨ ନିଖୋଜ

canaranews.com

ଲକ୍ଷ୍ନୌ:  ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ଗିରଫ ହୋଇ ଏବେ ସିିବିଆଇ ହାଜତରେ ଥିଲେ ମଧ୍ୟ ତାଙ୍କ ଭଡ଼ାଟିଆ ଗୁଣ୍ଡାମାନେ  ଆତଙ୍କରାଜ ଆରମ୍ଭ କରିଛନ୍ତି। ପୀଡ଼ିତା ପରିବାର ଏବଂ ସମ୍ପର୍କୀୟଙ୍କୁ ଚୁପ୍‌ ରହିବାପାଇଁ ସେମାନେ ଧମକ ଦେଇଛନ୍ତି। ଏହା ସହିତ ଗ୍ରାମରୁ ମଧ୍ୟ ଦୁଇ ଜଣ ଲୋକ ଏବେ ନିଖୋଜ  ହୋଇଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ବିଧାୟକଙ୍କ  ଗୁଣ୍ଡାମାନେ ସେମାନଙ୍କୁ ଉଠାଇ ନେଇଯାଇଥିବା ସନ୍ଦେହ କରାଯାଉଛି। ପୀଡ଼ିତାଙ୍କ ଦାଦା ଆଜି ଅଭିଯୋଗ କରିଛନ୍ତି ଯେ ଗତକାଲି ବିଜେପି ବିଧାୟକଙ୍କ ଗୁଣ୍ଡାମାନେ ଦୁଇଟି କାର୍‌ରେ ଆସି ପୀଡ଼ିତାଙ୍କୁ ସମର୍ଥନ କରୁଥିବା ଗ୍ରାମବାସୀମାନଙ୍କୁ ମାମଲାରେ  ପାଟି ନଫିଟାଇ ଚୁପ୍‌ ରହିବାକୁ ଧମକ ଦେଇଛନ୍ତି। ସେମାନ ମଧ୍ୟ ପୀଡ଼ିତାଙ୍କର କିଛି ସମ୍ପର୍କୀୟଙ୍କୁ ଗ୍ରାମ ଛାଡ଼ିଦେବା ପାଇଁ ଧମକ ଦେଇଥିବା ପୀଡ଼ିତାଙ୍କ ମାମୁଁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଉନ୍ନାଓ ବିଜେପି ବିଧାୟକଙ୍କୁ ଦୁଷ୍କର୍ମ ମାମଲାରେ ଗତ ଶୁକ୍ରବାର ଦିନ  ସିବିଆଇ ଗିରଫ କରିଥିଲା ଏବଂ ଗତକାଲି ସେ ଲକ୍ଷ୍ନୌ ହାଇକୋର୍ଟରେ ହାଜର ହୋଇଥିଲେ। ତାଙ୍କୁ ୭ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି।  ଉନ୍ନାଓ ଦୁଷ୍କର୍ମ ମାମଲାରେ ସିବିଆଇ ଗତକାଲି ଦ୍ୱିତୀୟ ଗିରଫ କରିଥିଲା। ଅଭିଯୁକ୍ତ ଶାନ୍ତି ସିଂ  ପୀଡ଼ିତାଙ୍କୁ   ଦୁଷ୍କର୍ମ ଘଟିବା ଦିନ ବିଜେପି ବିଧାୟକଙ୍କ ନିକଟକୁ ନେଇ ଯାଇଥିଲେ।

ସପା ନେତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ 

କାନପୁର: ଉନ୍ନାଓ ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଏବେ  ଦେଶ ସାରା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଆଜି  ଉନ୍ନାଓର ଅନ୍ୟ ଜଣେ ମହିଳା  (୩୯) ସ୍ଥାନୀୟ ସମାଜବାଦୀ ପାର୍ଟି କର୍ପୋରେଟରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।   ସପା କର୍ପୋରେଟର ଏବଂ ତାଙ୍କର ଜଣେ ସହଯୋଗୀ ତାଙ୍କୁ ଗତବର୍ଷ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲେ। ପୀଡ଼ିତା ଅକ୍ଟୋବର ୨୦୧୭ ମସିହାରେ ଏନେଇ ସାଫିପୁର ପୁଲିସ ଷ୍ଟେସନ୍‌ରେ ଏଫଆଇଆର ରୁଜୁ କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ବୋଲି ସେ କହିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe