ଟ୍ରେନ୍‌ରେ ଅନଧିକାର ବିକ୍ରେତାଙ୍କ ଉପରେ ଲାଗିବ ଅଙ୍କୁଶ

Advertisment

ସମସ୍ତ ‌ରେଳ ଜୋନ୍‌କୁ ନିର୍ଦ୍ଦେଶ

ସମସ୍ତ ‌ରେଳ ଜୋନ୍‌କୁ ନିର୍ଦ୍ଦେଶ

ଟ୍ରେନ୍‌ରେ ଅନଧିକାର ବିକ୍ରେତାଙ୍କ ଉପରେ ଲାଗିବ ଅଙ୍କୁଶ

Wikimedia Commons

ନୂଆଦିଲ୍ଲୀ : ଟ୍ରେନ୍‌ରେ ଅନଧିକାର ବିକ୍ରେତାମାନଙ୍କ ଉପରେ ଲାଗିବ ଅଙ୍କୁଶ। ଏଥି ପାଇଁ ସମସ୍ତ ‌ରେଳ ଜୋନ୍‌ଗୁଡ଼ିକୁ ରେଳ ବୋର୍ଡ ନିର୍ଦ୍ଦେଶ ଜାରିକରିଛି। ଏମାନଙ୍କ ବିରୋଧରେ ରେଲୱେ ସୁରକ୍ଷା ବାହିନୀ ଧର୍‌ପକଡ଼ ଅଭିଯାନ ଚଳାଇବା ପାଇଁ ଆଦେଶରେ କୁହାଯାଇଛି।

ଟ୍ରେନ୍‌ ଭିତରେ ଖାଇବା ଜିନିଷ ବିକ୍ରି ପାଇଁ କେବଳ ଅନୁମତିପ୍ରାପ୍ତ ତଥା ଲାଇସେନ୍ସଧାରୀ ବିକ୍ରେତାଙ୍କୁ ଅନୁମତି ଦିଆଯିବ ବୋଲି ଆଦେଶରେ କୁହାଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଟ୍ରେନ୍‌ମାନଙ୍କରେ ଅନଧିକାର ଖାଇବା ଜିନିଷ ବିକ୍ରିକୁ ନେଇ ଆଇଆର୍‌ସିଟିସି ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏ ସମ୍ପର୍କରେ ଆଇଆର୍‌ସିଟିସି ରେଳ ବୋର୍ଡକୁ ଚିଠି ଲେଖିଥିଲା। ରେଳ ବୋର୍ଡ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି। ଅନଧିକାର ବିକ୍ରେତାଙ୍କ ବିରୋଧରେ ଅଭିଯାନ ଚଳାଇବା ପାଇଁ ବୋର୍ଡ ରେଳବାଇ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛି। ଏମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ କୁହାଯାଇଛି। ଏହା ସହ ବୋର୍ଡ ଅନଧିକାର ବିକ୍ରେତାଙ୍କ ଠାରୁ ଖାଇବା ସାମଗ୍ରୀ ନ କିଣିବା ପାଇଁ ଟ୍ରେନ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି। ଅପରପକ୍ଷେ, ଅଧିକୃତ ବିକ୍ରେତାଙ୍କ ଠାରୁ ଖାଇବା ଜିନିଷ କିଣିବା ସମୟରେ ବିଲ୍‌ ନେବା ପାଇଁ ମଧ୍ୟ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe