ତାମିଲନାଡୁ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କ ପାଦ ଛୁଉଁଥିବା ଦେଖି ମୁଁ ସହ୍ୟ କରିପାରୁ ନାହିଁ: ରାହୁଲ ଗାନ୍ଧୀ

Advertisment
ତାମିଲନାଡୁ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କ ପାଦ ଛୁଉଁଥିବା ଦେଖି ମୁଁ ସହ୍ୟ କରିପାରୁ ନାହିଁ: ରାହୁଲ ଗାନ୍ଧୀ

indiatoday

ନୂଆଦିଲ୍ଲୀ: ରବିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଦୁହେଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କୁ ସେମାନଙ୍କ ପାଦ ଛୁଇଁବାକୁ ବାଧ୍ୟ କରୁଛନ୍ତି। ଏ ଦୃଶ୍ୟ ଅସହନୀୟ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

Modi, Shah rallies in Bengal today; Adhikari's father may join BJP |  Hindustan Times Hindustan Times

ଚେନ୍ନାଇରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହାଙ୍କ ପାଦ ଛୁଉଁଥିବାର ଫଟୋ ମୁଁ ଦେଖିଲି। ବିଜେପିରେ ରହିବାକୁ ହେଲେ ଆପଣଙ୍କୁ ବିଜେପି ନେତାଙ୍କ ପାଦ ଛୁଇଁବାକୁ ପଡିବ। ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହାଙ୍କ ଆଗରେ ନତମସ୍ତକ ହେବାକୁ ପଡ଼ିବ। ଯେତେବେଳେ ମୁଁ ଦେଖୁଛି ପ୍ରଧାନମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି, ତାଙ୍କୁ ପାଦ ଛୁଇଁବାକୁ ବାଧ୍ୟ କରୁଛନ୍ତି, ମୁଁ ଏହାକୁ ଗ୍ରହଣ କରିପାରୁ ନାହିଁ। ତାମିଲନାଡୁ ମୁଖ୍ୟମନ୍ତ୍ରୀ, ଅମିତ ଶାହାଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁନଥିଲେ ମଧ୍ୟ କରିଥିବା ଦୁର୍ନୀତି ହେତୁ ସେ ପାଦ ଛୁଇଁବାକୁ ବାଧ୍ୟ ହେଉଛନ୍ତି। ମୁଁ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପାଦ ଛୁଇଁ ଅମିତ ଶାହା ଏବଂ ନରେନ୍ଦ୍ର ମୋଦୀଙ୍କ ଆଗରେ ନତମସ୍ତକ ହେଉଥିବା ଦେଖି ସହି ପାରିବି ନାହିଁ। ଏଭଳି ଦୃଶ୍ୟ ମୋତେ କ୍ରୋଧିତ କରିଛି। ସେଥିପାଇଁ ମୁଁ ଆଜି ଏଠାକୁ ଆସିଛି। ମୁଁ ତାମିଲନାଡୁବାସୀଙ୍କ ସହିତ ଏକ ସମ୍ପର୍କ ଚାହୁଁଛି, ଯେଉଁ ସମ୍ପର୍କରେ ଏଭଳି ପାଦ ଛୁଇଁବାକୁ ପଡ଼ିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe