ଦାବିଦାର ନଥିବା ୧,୨୦୦ଟି କୋଭିଡ  ରୋଗୀଙ୍କ ଅସ୍ଥି କଳସକୁ ନଦୀରେ କରାଗଲା ବିସର୍ଜନ

Advertisment
ଦାବିଦାର ନଥିବା ୧,୨୦୦ଟି କୋଭିଡ  ରୋଗୀଙ୍କ ଅସ୍ଥି କଳସକୁ ନଦୀରେ କରାଗଲା ବିସର୍ଜନ

ବେଙ୍ଗାଲୁରୁ: ଧଳା କପଡ଼ାରେ ଗୁଡ଼ାଇ ହୋଇ କେବଳ ଷ୍ଟିକର ସହିତ ଚିହ୍ନଟ ହେଉଥିବା ଅନେକ କରୋନା ସଂକ୍ରମିତଙ୍କ ଅସ୍ଥି କଳସ ବେଙ୍ଗାଲୁରୁ ଉପନଗରୀ ଅଞ୍ଚଳସ୍ଥ ସୁମନହଲ୍ଲି ଶ୍ମଶାନରେ ପଡ଼ି ରହିଥିଲା।

କର୍ଣାଟକର କାବେରୀ ନଦୀରେ ଏହି ଅସ୍ଥି କଳସଗୁଡ଼ିକ ବସର୍ଜନ କରାଯାଇଛି। କାରଣ ଗତ ଆଠ ସପ୍ତାହ ହେବ ୧୬୦,୦୦୦ଜଣ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ବେଙ୍ଗାଲୁରୁ‌ରେ ହଜାରେରୁ ଊର୍ଧ୍ବଲୋକ ନିଜ ଆତ୍ମୀୟଙ୍କ ଅସ୍ଥି ନେବାକୁ ଆସି ନଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଅସ୍ଥି ବିଜର୍ସନ ପାଇଁ କାହା ପାଖରେ ଅର୍ଥ ନଥିବା ବେଳେ କିଛିଲୋକ ସଂକ୍ରମଣ ଭୟରେ ଶ୍ମଶା‌ନକୁ ଆସି ନଥିଲେ।

vcrhap8

ଏହାକୁ ଦୃଷ୍ଟିରେ ରଖି ପୂଜାରୀ, କର୍ଣ୍ଣାଟକ ରାଜସ୍ବ ଅଧିକାରୀ ଆର ଅଶୋକଙ୍କ ନେତୃତ୍ବରେ ବେଙ୍ଗାଲୁରୁ ଠାରୁ ୧୨କିଲୋମିଟର ଦୂର ବେଲକବଡ଼ି ଗ୍ରାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଅଧିକାରୀ କରୋନା ସଂକ୍ରମିତଙ୍କ ଅସ୍ଥି କଳସ ବିଜର୍ସନ କରିଥିଲେ।

କଳସ ବିସର୍ଜନ ପୂର୍ବରୁ ଅସ୍ଥିକୁ ନଦୀ କୂଳରେ ରଖାଯାଇ ମାଟି ହାଣ୍ଡିରେ ଲାଲ ଫୁଲ ଓ ତାର ଚାରିପଟେ ହଳଦିଆ ରଙ୍ଗର ଗେଣ୍ଡୁ ଫୁଲ ଦିଆଯାଇଥିଲା।  ପ୍ରଥମେ ରାଜସ୍ବ ମନ୍ତ୍ରୀ ଅଶୋକ ଦାବିଦାର ନଥିବା ଏହି ଅସ୍ଥିଗୁଡ଼ିକୁ ନଦୀରେ ବିସର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe