ନିର୍ମାଣାଧୀନ ପୋଲ ମଝିରୁ ଭାଙ୍ଗିଲା: ନଦୀରେ ଖସି ପଡ଼ିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ରୋବୋଟ ନିୟୋଜିତ

ଚୀନ୍‌ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର-ପଶ୍ଚିମ ଚୀନ୍‌ର କିଙ୍ଗହାଇ ପ୍ରଦେଶରେ ଏକ ପୋଲର ଷ୍ଟିଲ୍ କେବୁଲ୍ ଛିଣ୍ଡି ଯାଇଥିଲା ଫରେ ଏବଂ ପୋଲ ମଝିରୁ ଭାଙ୍ଗି ଯାଇଥିଲା। ସେହି ସମୟରେ ୧୬ ଜଣ ଶ୍ରମିକ କାମ କରୁଥିଲେ...

Under-construction bridge collapses in the middle

Under-construction bridge collapses in the middle Photograph: (sambad.in)

ବେଜିଂ: ଚୀନ୍‌ରେ ଏକ ନିର୍ମାଣାଧୀନ ପୋଲ ମଝିରୁ ଭାଙ୍ଗି ପଡ଼ିଛି। ଏହି  ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପୋଲ ଚୀନ୍‌ର ଏକ ପ୍ରମୁଖ ନଦୀ ଉପରେ ନିର୍ମାଣ କରାଯାଉଛି।  ନିର୍ମାଣାଧୀନ ରେଳ ପୋଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅନ୍ୟ ଚାରି ଜଣ ଶ୍ରମିକ ନିଖୋଜ ଅଛନ୍ତି।

ଦୁର୍ଘଟଣା ସମୟରେ ପୋଲ ଉପରେ  ୧୬ ଜଣ ଶ୍ରମିକ ଥିବା ଚୀନ୍ ଗଣମାଧ୍ୟମ ରିପୋର୍ଟ କରିଛି। ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତଦେହ ମିଳିଛି। ବାକି ଚାରି ଜଣଙ୍କ ବଞ୍ଚିବାର ସମ୍ଭାବନା ବହୁତ କମ୍ ବୋଲି ଆଶଙ୍କା କରାଯାଉଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ରୋବୋଟ୍ ବ୍ୟବହାର କରାଯାଇଛି।

ଦୁର୍ଘଟଣା ପରେ ସରକାରଙ୍କ ଜିନହୁଆ ନ୍ୟୁଜ୍ ଏଜେନ୍ସି ପୁଲିସ ଫଟୋ ସେୟାର କରିଛି। ଏହି ଫଟୋଗୁଡ଼ିକରେ ପୋଲର ମଧ୍ୟଭାଗର ଏକ ବଡ଼ ଅଂଶ ନଥିବାଦେଖିବାକୁ ମିଳୁଛି। ପୋଲ ଡେକର ଏକ ବଙ୍କା ଅଂଶ ତଳେ ୟୋଲୋ ରିଭରରେ ଝୁଲୁ ଥିବାର ଦେଖିବାକୁ ମିଳୁଛି। ଏହା ଦର୍ଶାଉଛି ଯେ, ପୋଲର ମଧ୍ୟଭାଗ ଭୁଶୁଡ଼ି ପଡ଼ିଛି। ଫଟୋଗୁଡ଼ିକରେ ଉଭୟ ପାର୍ଶ୍ୱ ଝୁଲୁଥିବା ଦେଖାଯାଉଛି।
  

ଗଣମାଧ୍ୟମ ଜିନହୁଆ ଅନୁଯାୟୀ, ଉତ୍ତର-ପଶ୍ଚିମ ଚୀନ୍‌ର କିଙ୍ଗହାଇ ପ୍ରଦେଶରେ ଏହି ପୋଲ ଭୁଶୁଡ଼ି ପଡ଼ିବାର କାରଣରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପାଇଛି।

Under-construction bridge collapses
Under-construction bridge collapses Photograph: (sambad.in)

ପୋଲ ଉପରେ କାର୍ଯ୍ୟ ଚାଲିଥିବା ସମୟରେ, ଏକ ଷ୍ଟିଲ୍ କେବୁଲ୍ ଛିଣ୍ଡି ଯାଇଥିଲା। ଫଳରେ କାମ କରୁଥିବା ସବୁ ଶ୍ରମିକ ୟୋଲୋ ନଦୀରେ ପଡ଼ିଯାଇଥିଲେ। ଶ୍ରମିକମାନଙ୍କୁ ଖୋଜିବା ପାଇଁ ଡଙ୍ଗା, ହେଲିକପ୍ଟର ଏବଂ ରୋବୋଟ୍ ବ୍ୟବହାର କରି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ତଥାପି,ଏପର୍ଯ୍ୟନ୍ତ କେହି ବଞ୍ଚିଥିବାର କୌଣସି ଖବର ନାହିଁ।


ଚୀନ୍‌ରେ ଦୁର୍ଘଟଣାର ଶିକାର ହୋଇଥିବା ପୋଲ ୧.୬ କିଲୋମିଟର (୧ ମାଇଲ୍) ଲମ୍ବା। ଏହାର ଡେକ୍ ତଳ ନଦୀ ପୃଷ୍ଠରୁ ୫୫ ମିଟର (୧୮୦ ଫୁଟ)ଉଚ୍ଚ। ବଡ଼ ପୋଲ ନିର୍ମାଣ ପାଇଁ ଚୀନ୍‌ ସାରା ବିଶ୍ୱରେ ପ୍ରସିଦ୍ଧ। ଚୀନ୍‌ର ଇଞ୍ଜିନିୟରମାନେ ଏପରି ଅନେକ ପୋଲ ନିର୍ମାଣ କରିଛନ୍ତି,ଯାହା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ସବୁଠାରୁ ଉଚ୍ଚ ଏବଂ ଲମ୍ବା ପୋଲ ନିର୍ମାଣ କରିବାର ରେକର୍ଡ ମଧ୍ୟ ଚୀନ୍‌ର ଅଛି।

China | Yellow River 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe