ଦସନା: ଗାଜିଆବାଦ୍ର ଦସନାସ୍ଥିତ ମିସାଲ୍ ଗର୍ହିଠାରେ ଏକ ନିର୍ମାଣଧୀନ କୋଠ ଭୁଷୁଡ଼ି ପଡ଼ିଛି। ଏହି ଭୁଷୁଡ଼ିିଥିବା କୋଠା ତଳେ ଅତିକମରେ ୫ ଜଣ ଶ୍ରମିକ ଚପି କରି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ଘଟିବା ସମୟରେ ଶ୍ରମିକମାନେ ସେଠାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ରହିଛି।
ଉଦ୍ଧାରକାରୀ କାର୍ଯ୍ୟ ଏବେ ଆରମ୍ଭ ହୋଇ ଯାଇଛି। ନ୍ୟାସ୍ନାଲ୍ ଡିଜାଷ୍ଟାର ରେସପନ୍ସ ଫୋର୍ସ(ଏନ୍ଡିଆର୍ଏଫ)କୁ ମଧ୍ୟ ଏହି ଉଦ୍ଧାରକାରୀ କାର୍ଯ୍ୟ ପାଇଁ ଡକାଯାଇଛି।
ଭୁଷୁଡ଼ି ପଡ଼ିଥିବା ଏହି ୫ ତାଲା ବିଶିଷ୍ଟ କୋଠା କାମ ପ୍ରାୟ ସରି ଆସୁଥିଲା। କୋଠା କାର୍ଯ୍ୟ ସଂପୂର୍ଣ୍ଣ ଭାବେ ସରି ନଥିବାରୁ ସୌଭାଗ୍ୟକୁ ସେଠାରେ କେହି ବସବାସ କରିନଥିଲେ। ଏହି କୋଠାର ପ୍ରକୃତ ମାଲିକ କିଏ ବୋଲି ଏଯାବତ୍ ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇ ନାହିଁ।
କର୍ତ୍ତୃପକ୍ଷଙ୍କ ମୁଖରୁ ପ୍ରକାଶ ପାଇଥିବା ପ୍ରାଥମିକ ମତାମତରୁ ଜାଣିବାକୁ ମିଳିଛି ଯେ ହୁଏତ ପ୍ରବଳ ବର୍ଷା ହେତୁ କୋଠାଟି ଏପରି ଭାବେ ଅଚାନକ ଭୁସୁଡ଼ି ପଡ଼ିଛି। ତଦନ୍ତ ପୂରା ନ ହେବା ପର୍ଯ୍ୟନ୍ତ କୋଠା ଭୁଷୁଡ଼ିବାର କାରଣ କୁହାଯାଇ ପାରିବ ନାହିଁ ବୋଲି ତଦନ୍ତକାରୀମାନେ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/07/705902-building1.jpg)