ସରକାରଙ୍କ ଚାପରେ ପଡ଼ି ଟୁଇଟର୍‌ ମୋ ‘ଫଲୋଅର୍ସ’ଙ୍କ ସଂଖ୍ୟା ସୀମିତ କରୁଛି: ରାହୁଲ୍‌ ଗାନ୍ଧୀ

Advertisment
ସରକାରଙ୍କ ଚାପରେ ପଡ଼ି ଟୁଇଟର୍‌ ମୋ ‘ଫଲୋଅର୍ସ’ଙ୍କ ସଂଖ୍ୟା ସୀମିତ କରୁଛି: ରାହୁଲ୍‌ ଗାନ୍ଧୀ

Image Courtesy of NDTV

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ ‘ଟୁଇଟର୍‌’ ତାଙ୍କୁ ନୂଆ ଅନୁଗାମୀ ବା ‘ଫଲୋଅର୍ସ’ ପାଇବା ସାମର୍ଥ୍ୟକୁ ସୀମିତ କରୁଛି ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ‘ଟୁଇଟର୍‌’କୁ ଚିଠି ଲେଖିଛନ୍ତି। ୨୦୨୧ ଅଗଷ୍ଟରେ ତାଙ୍କର ଆକାଉଣ୍ଟ୍‌ ସ୍ବଳ ସମୟ ପାଇଁ ଲକ୍‌ ହୋଇଯିବା ପରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି ପାଉ ନ ଥିବା କଥା ସେ କହିଛନ୍ତି।

ଏହି ପ୍ଲାଟ୍‌ଫର୍ମ ସମ୍ଭବତଃ ମୋଦୀ ସରକାରଙ୍କ ଚାପର ବଶବର୍ତ୍ତୀ ହୋଇ କାମ କରୁଛି ବୋଲି ଅଭିଯୋଗ କରି ରାହୁଲ୍‌ ଡିସେମ୍ବର୍‌ ୨୭ ତାରିଖ ଦିନ ଟୁଇଟର୍‌‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ପତ୍ର ଲେଖିଛନ୍ତି।

publive-image Image Courtesy of India TV News

‘ଟୁଇଟର୍‌’କୁ ଯୋଗାଇ ଦିଆଯାଇଥିବା ପୁଙ୍ଖାନୁପୁଙ୍ଖ ବିବରଣୀ ଅନୁସାରେ, କଂଗ୍ରେସ ସାଂସଦ ରାହୁଲ୍‌ ଦର୍ଶାଇଛନ୍ତି ଯେ, ପ୍ରତି ମାସରେ ସେ ୨.୩ ଲକ୍ଷ ହାରରେ ନୂଆ ଅନୁଗାମୀ ପାଉଥିଲେ। କେତେକ ମାସରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ୬.୫ ଲକ୍ଷ ପର୍ଯ୍ୟନ୍ତ ଚାଲିଯାଇଥିଲା। କିନ୍ତୁ, ୨୦୨୧ ଅଗଷ୍ଟ ମାସ ଠାରୁ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହ୍ରାସ ପାଇ ମାସକୁ ହାରାହାରି ୨,୫୦୦ ହେଉଛି। ଏହି ସମୟ ମଧ୍ୟରେ ତାଙ୍କ ସମୁଦାୟ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ୧୯.୫ ନିୟୁତରେ ସ୍ଥିର ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଜଣେ ଦୁଷ୍କର୍ମର ପୀଡ଼ିତାଙ୍କ ପରିବାରର ଫଟୋ ‌ଟୁଇଟ୍‌ କରିବାରୁ ୨୦୨୧ ଅଗଷ୍ଟରେ ରାହୁଲ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ବିବାଦୀୟ ହୋଇପଡ଼ିଥିଲା। ‘ବିଜେପି’ ସଦସ୍ୟଙ୍କ ଅଭିଯୋଗକ୍ରମେ ରାହୁଲ୍‌ଙ୍କ ଆକାଉଣ୍ଟ୍‌କୁ ୮ ଦିନ ପାଇଁ ‘ଲକ୍‌’ କରିଦିଆଯାଇଥିଲା। ଉପରୋକ୍ତ ଫଟୋ ପୋଷ୍ଟ୍‌ କରି ରାହୁଲ୍‌ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କ ଆକାଉଣ୍ଟ୍‌ ଖୋଲି ଦିଆଯାଇଥିଲେ ମଧ୍ୟ ତାହା ଆଉ ପୂର୍ବପରି ଜନସାଧାରଣଙ୍କୁ ପ୍ରଭାବିତ କରିପାରୁନାହିଁ ବୋଲି କଂଗ୍ରେସ କହିଛି।

ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ଆଜି ଟୁଇଟର୍‌ ମୁଖପାତ୍ର କହିଛନ୍ତି ଯେ, ରାହୁଲ୍‌ଙ୍କ ଆକାଉଣ୍ଟ୍‌ରେ କୌଣସି ହେର୍‌ଫେର୍‌ କରାଯାଇନାହିଁ। ତାଙ୍କ ଅନୁଗାମୀଙ୍କ ସଂଖ୍ୟା ଯଥାର୍ଥ ଏବଂ ସଠିକ୍‌ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe