କନ୍ୟା ବିବାହ ଯୋଜନାରେ ଦିଆଯିବ ୫୬ହଜାର ଟଙ୍କାର ଚେକ୍: ଶିବରାଜ ସିଂହ ଚୌହାନ

Advertisment
କନ୍ୟା ବିବାହ ଯୋଜନାରେ ଦିଆଯିବ ୫୬ହଜାର ଟଙ୍କାର ଚେକ୍: ଶିବରାଜ ସିଂହ ଚୌହାନ

aajtak

ବୁରହାନପୁର: କନ୍ୟା ବିବାହ ଯୋଜନାରେ ଜିନିଷ ନଦେଇ ଦିଆଯିବ ୫୬ହଜାର ଟଙ୍କାର ଚେକ୍। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ କନ୍ୟାମାନଙ୍କୁ ଦିଆଯାଉଥିବା ଜିନିଷରେ ଦୁର୍ନୀତି ହେଉଥିବା ଅଭିଯୋଗ ହେବାରୁ ମଧ୍ୟପ୍ରଦେଶ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଏହି ଯୋଜନାରେ କନ୍ୟାମାନଙ୍କୁ ଜିନିଷ ଦିଆଯିବ ନାହିଁ। ବର୍ତ୍ତମାନ କନ୍ୟାମାନଙ୍କୁ ସିଧାସଳଖ ୫୬ହଜାର ଟଙ୍କାର ଚେକ୍ ଦିଆଯିବ।

ପୂର୍ବତନ ସାଂସଦ ସ୍ୱର୍ଗତ ନନ୍ଦକୁମାର ସିଂ ଚୌହାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପାଇଁ ବୁରହାନପୁରରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାକୁ ଦିଆଯାଉଥିବା ସାମଗ୍ରୀରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ପାଇବା ପରେ ବର୍ତ୍ତମାନ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ କନ୍ୟାକୁ କୌଣସି ଜିନିଷ ଦେବା ପରିବର୍ତ୍ତେ ୫୬ହଜାର ଟଙ୍କାର ଏକ ଚେକ୍ ଦିଆଯିବ। ଏହା ସହ ଭଉଣୀମାନଙ୍କ ସଶକ୍ତିକରଣ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଝିଅମାନେ ଏବେ ବୋଝ ନୁହନ୍ତି, ବରଦାନ ପାଲଟିଛନ୍ତି। 'ଲାଡଲି ବେହନା ଯୋଜନା' ଭଉଣୀମାନଙ୍କ ଜୀବନରେ ନୂଆ କିରଣ ଆଣିବ। 'ଲାଡଲି ବେହନା ଯୋଜନା'ର ଲାଭ ସେହି ଭଉଣୀମାନଙ୍କୁ ଦିଆଯିବ, ଯାହାଙ୍କ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ଏବଂ ୫ ଏକରରୁ କମ୍ ଜମି ଅଛି। ଏହି ଯୋଜନାର ଲାଭ ପାଇଁ ଭଉଣୀମାନଙ୍କୁ କୌଣସି ପ୍ରମାଣପତ୍ର ଦେବାକୁ ପଡିବ ନାହିଁ। ସେମାନଙ୍କର ଇ- କେୱାଇସି ପୂରଣ ହେବ, ଏଥିପାଇଁ ସେମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ସରକାର ନିଜେ ପ୍ରତ୍ୟେକ କେୱାଇସି ପାଇଁ ୧୫ଟଙ୍କା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe