ଭାରତରେ ବିଚାରାଧୀନ ବନ୍ଦୀଙ୍କର ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ

Advertisment
ଭାରତରେ ବିଚାରାଧୀନ ବନ୍ଦୀଙ୍କର ସଂଖ୍ୟା ସମଗ୍ର ବିଶ୍ୱରେ ସର୍ବାଧିକ

Scroll.in

ନୂଆଦିଲ୍ଲୀ: ଭାରତୀୟ ଜେଲମାନଙ୍କରେ ଥିବା ବିଚାରାଧୀନ କଏଦୀମାନଙ୍କର ସଂଖ୍ୟା ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ। ତେବେ, ଦେଶର ବିଭିନ୍ନ ଜେଲରେ ବନ୍ଦୀଥିବା ବିଚାରାଧୀନ କଏଦୀମାନଙ୍କର ମାମଲା ଫଏସଲା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଆନ୍ତରିକତା ପ୍ରଦର୍ଶନ କରୁ ନଥିବା କାରଣରୁ ଏମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ବୋଲି ନିକଟରେ ଆମନେଷ୍ଟି ଇଣ୍ଟନ୍ୟାସନାଲ ପକ୍ଷରୁ ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଆମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ଭାରତରେ ହୋଇଥିବା ସର୍ବେକ୍ଷଣରୁ ଜଣାଯାଇଛି ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା କଏଦୀମାନଙ୍କ ମଧ୍ୟରୁ ୬୭ ପ୍ରତିଶତ କଏଦୀ ହେଉଛନ୍ତି ବିଚାରାଧୀନ ବନ୍ଦୀ। ସେମାନଙ୍କ ବିରୋଧରେ ଆଗତ ମାମଲାଗୁଡ଼ିକର ବିଚାର ଏବେବି ଦେଶର ବିଭିନ୍ନ ନ୍ୟାୟାଳୟମାନଙ୍କରେ ଚାଲିଛି। ତେବେ, ବର୍ତ୍ତମାନ ସୁଦ୍ଧା ସେମାନେ ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ନ୍ୟାୟ ଅପେକ୍ଷାରେ ସେମାନେ କାରାଗାରର ଅନ୍ଧାର କଠୋରୀ ମଧ୍ୟରେ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି।

publive-image

ଆମେରିକାରେ ବିଚାରାଧୀନ ବନ୍ଦୀମାନଙ୍କର ସଂଖ୍ୟା ମାତ୍ର ୨୦ ପ୍ରତିଶତ ହୋଇଥିବା ବେଳେ ଭାରତରେ ତାହା ୬୭ ପ୍ରତିଶତ। ଅନ୍ୟପକ୍ଷରେ ଦେଶର ଜେଲମାନଙ୍କରେ ବନ୍ଦୀଥିବା ସଂଖ୍ୟାଧିକ କଏଦୀ ସେମାନଙ୍କୁ ଆଇନ୍‌ଗତ ସହାୟତା ଯୋଗାଇଦେବା ପାଇଁ ଓକିଲ ନିଯୁକ୍ତ କରିବାରେ ଅସମର୍ଥ ଥିବାରୁ ସେମାନେ ନ୍ୟାୟାଳୟରୁ ଶୀଘ୍ର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ଆର୍ଥିକ ସ୍ତରରେ ଅନଗ୍ରସର ଥିବା କଲଦୀମାନଙ୍କୁ ଆଇନ୍‌୍‌ଗତ ସୁବିଧା ଯୋଗାଇ ଦେବାକୁ ଦେଶରେ ଯେଉଁ ବ୍ୟବସ୍ଥା କାର୍ଯ୍ୟ କରୁଛି ତାହା ସକ୍ରିୟ ଏବଂ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାଯାଇଛି। ଦେଶରେ ଥିବା ସମୁଦାୟ ବିଚାରାଧୀନ ବନ୍ଦୀମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ହେଉଛନ୍ତି ଦଳିତ, ଆଦିବାସୀ ଓ ନିରକ୍ଷର। ଫଳରେ ସେମାନେ ସେମାନଙ୍କର ନ୍ୟାୟ ପାଇଁ ଲଢ଼ିବାରେ ଅସମର୍ଥ ହେଉଥିବା ଆମନେଷ୍ଟି ଇଣ୍ଟନ୍ୟାସନାଲର ସଦ୍ୟ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe