ଓଡ଼ିଶାରେ ବେକାରୀ ହାର ବୃଦ୍ଧି ପାଇ ୨.୧ ପ୍ରତିଶତରେ ପହଞ୍ଚିଛି

ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତି ଦିଗରେ ତାଲିମ ସଂଖ୍ୟା ବଢ଼ାଇବା ଜରୁରୀ

Job Vacancy

ନୂଆଦିଲ୍ଳୀ: ଓଡ଼ିଶାରେ ବେକାରୀ ହାର ଚଳିତ ବର୍ଷ ସେପ୍ଟେମ୍ବରରେ ଅଗଷ୍ଟ ତୁଳନାରେ ବୃଦ୍ଧି ପାଇ ୨.୧ ପ୍ରତିଶତରେ ପହଞ୍ଚିଛି। ଅଗଷ୍ଟ ୨୦୨୦ରେ ଏହା ରହିଥିଲା ୧.୪ ପ୍ରତିଶତ । ଅପରପକ୍ଷେ ଓଡ଼ିଶାରେ ୨୦୨୦ ଜୁଲାଇରେ ଏହା ରହିଥିଲା ୧.୯ପ୍ରତିଶତ । ଗତକାଲି ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇମୋନୋମି(ସିଏମ୍‌ଆଇଇ) ଦ୍ବାରା ଦେଶରେ ବେକାରୀର ତାଜା ସ୍ଥିତିକୁ ନେଇ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ରହିଛି।

ସିଏମ୍‌ଆଇଇର ରିପୋର୍ଟ ଅନୁସାରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରୀ ୨.୦ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହାର ପ୍ରତିଶତ ରହିଛି ୨.୪। କରୋନା ମହାମାରୀ ବ୍ୟାପିବାର ପ୍ରଥମ ତିନି ମାସ ସ୍ଥିତିକୁ ସିଏମ୍‌ଆଇଇର ରିପୋର୍ଟରୁ ଅନୁଧ୍ୟାନ କଲେ ଜାନୁଆରିରେ ୧.୯ ପ୍ରତିଶତ, ଫେବ୍ରୁଆରିରେ ୪୩.୧ ପ୍ରତିଶତ ଓ ମାର୍ଚ୍ଚରେ ୧୩.୧ ପ୍ରତିଶତ ରହିଥିଲା। ଏପ୍ରିଲ୍‌ ୨୦୨୦ରେ‌ ବେକାରୀ ହାର ବୃଦ୍ଧି ପାଇ ୨୩.୮ ପ୍ରତିଶତରେ ପହଞ୍ଚିଥିଲା। ମେ ମାସରେ ସୁଧାର ଆସିବା ପରେ ବେକାରୀ ହାର ୧୧.୪କୁ ଖସି ଆସିଥିଲା।

ଜୁନ୍‌ ମାସରେ ବେକାରୀ ପ୍ରତିଶତ ୩.୮ ରହିଥିଲା। ରିପୋର୍ଟ ଅନୁସାରେ, ଦେଶରେ ସେପ୍ଟେମ୍ବର ୨୦୨୦ରେ ସର୍ବାଧିକ ବେକାରୀ ୨୨.୩୨ ପ୍ରତିଶତ ଉତ୍ତରାଖଣ୍ଡରେ ଥିବା ବେଳେ ହରିଆଣାରେ ୧୯.୭ ପ୍ରତିଶତ ରହିଛି। ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ବେକାରୀ ପ୍ରତିଶତ ୪.୨ ରହିଥିବା ବେଳେ ଦେଶରେ ସବୁଠାରୁ କମ୍‌ ୧.୨ ପ୍ରତିଶତ ବେକାରୀ ହାର ଆସା‌ମରେ ରହିଥିବା ରିପୋର୍ଟରେ କୁହାଯାଇଛି। ସିଏମ୍‌ଆଇଇର ସଦ୍ୟତମ ରିପୋର୍ଟ ଅନୁଯାୟୀ ରାଜସ୍ଥାନରେ ବେକାରୀ ହାର ୧୫.୩୨ ପ୍ରତିଶତ, ଦିଲ୍ଲୀରେ ୧୨.୨୨ ପ୍ରତିଶତ, ବିହାରରେ ୧୧.୯ ପ୍ରତିଶତ ପଞ୍ଜାବରେ ୯.୬, ପଶ୍ଚିମବଙ୍ଗରେ ୯.୩ ୩ ପ୍ରତିଶତ, ମହାରାଷ୍ଟ୍ରରେ ୪.୫ ପ୍ରତିଶତ,  ଓ ଝାଡ଼ଖଣ୍ଡରେ ୮.୨ ପ୍ରତିଶତ ରହିଛି। ରିପୋର୍ଟ ଅନୁସାରେ, ଜାତୀୟ ସ୍ତରରେ ମଧ୍ୟ ବେକାରୀ ପ୍ରତିଶତ ହ୍ରାସ ପାଇଛି। ଜାନୁଆରି ୨୦୨୦ରେ ବେକାରୀ ହାର ୭.୨୨ ପ୍ରତିଶତ ଥିବା ବେଳେ ସେ‌ପ୍ଟେମ୍ବର ୨୦୨୦ରେ ୬.୬୭ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe