ଅର୍ଥନୈତିକ ମାନ୍ଦାବସ୍ଥାର କୁପ୍ରଭାବ: ଅକ୍ଟୋବର ମାସରେ ବେକାରୀ ବଢ଼ିଲା ୮.୫ ପ୍ରତିଶତ; ବିଗତ ୩ ବର୍ଷ ମଧ୍ୟରେ ସର୍ବାଧିକ

ଆମେରିକାରେ ବେକାର ଲୋକଙ୍କ ସଂଖ୍ୟା ବଢ଼ିଲା

Economics Times

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଦେଶର ନିଯୁକ୍ତି କ୍ଷେତ୍ରକୁ ଗଭୀର ଭାବେ ପ୍ରଭାବିତ କରିଛି। ଏହି କାରଣରୁ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହେବା ସହ ଏକାଧିକ ଉତ୍ପାଦନ ଶିଳ୍ପ ବନ୍ଦ ହୋଇପଡ଼ୁଥିବା କାରଣରୁ ଦେଶରେ ବେକାରୀ ଓ ବେରୋଜଗାରୀ ଉତ୍କଟ ହେବାକୁ ଲାଗିଛି। ଗତ ଅକ୍ଟୋବର ମାସରେ ଦେଶ‌େର ବେକାରୀ ୮.୫ ପ୍ରତିଶତକୁ ବୃଦ୍ଧି ପାଇଥିବା ଜାଣିବାକୁ ମିଳିଛି। ଯାହାକି ବିଗତ ୩ ବର୍ଷ ମଧ୍ୟରେ ସର୍ବାଧିକ ରହିଛି।

publive-image Economics Times

ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଏହାର ସୁଫଳ ଅଦ୍ୟାବଧି ପରିଲକ୍ଷିତ ହୋଇ ନଥିବା ସ୍ବୀକାର କରିଛନ୍ତି ଦେଶର ଅର୍ଥନୀତି ବିଶାରଦମାନେ। ଅନ୍ୟ ପକ୍ଷରେ ଅର୍ଥନୈତିକ ମନ୍ଦାବସ୍ଥା କାରଣରୁ ନୂତନ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇପଡ଼ିଥିବା ବେଳେ; ଅର୍ଥନୈତିକ ମନ୍ଦାବସ୍ଥାର ଶିକାର ହୋଇ ଦେଶର ଗୋଟିଏ ପରେ ଗୋଟିଏ ଉତ୍ପାଦନ ଶିଳ୍ପ ବନ୍ଦ ହୋଇ ପଡ଼ୁଥିବା କାରଣରୁ ବ୍ୟାପକ ଶ୍ରମିକ ଓ କର୍ମଚାରୀ ଛଟେଇ ହୋଇ ନିଯୁକ୍ତି ହରାଉଥିବା ବେଳେ ଦୈନିକ ମଜୁରିରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବେ ସଂପୂର୍ଣ୍ଣ ବେକାର ହୋଇ ଘରେ ବସି ରହିଛନ୍ତି। ଏହି ସବୁ କାରଣରୁ ଗତ ଅକ୍ଟୋବର ମାସରେ ଦେଶରେ ‌େବକାରୀ ବଢ଼ିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe