ବିଶ୍ବଭାରତୀକୁ ୟୁନେସ୍କୋ ବିଶ୍ବର ପ୍ରଥମ ଜୀବନ୍ତ ଐତିହ୍ୟ ବିଶ୍ବବିଦ୍ୟାଳୟ ଘୋଷଣା କରିବ

Advertisment
ବିଶ୍ବଭାରତୀକୁ ୟୁନେସ୍କୋ ବିଶ୍ବର ପ୍ରଥମ ଜୀବନ୍ତ ଐତିହ୍ୟ ବିଶ୍ବବିଦ୍ୟାଳୟ ଘୋଷଣା କରିବ

କୋଲକାତା: ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ଖୁବ୍‌ଶୀଘ୍ର ବିଶ୍ବର ପ୍ରଥମ ଜୀବନ୍ତ ଐତିହ୍ୟ ବିଶ୍ବବିଦ୍ୟାଳୟ ଭାବେ ଘୋଷିତ ହେବାକୁ ଯାଉଛି। ବିଶ୍ବଭାରତୀର କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ କହିଛନ୍ତି, ଏହା ବିଶ୍ବର ପ୍ରଥମ ଐତିହ୍ୟ ବିଶ୍ବବିଦ୍ୟାଳୟ ହେବାକୁ ଯାଉଛି। ଏଥିପାଇଁ ସବୁ ବ୍ୟବସ୍ଥା ସରିଛି। କେବଳ ଆସନ୍ତା

ଏପ୍ରିଲ ବା ମେ ମାସରେ ଏକ ଆନୁଷ୍ଠାନିକ ବୈଠକ ହେବ ଯେଉଁଥିରେ ୟୁନେସ୍କୋ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଘୋଷଣା କରିବେ। ଚକ୍ରବର୍ତ୍ତୀ ପୁଣି କହିଛନ୍ତି ଯେ ସାଧାରଣତଃ ମୃତ ସ୍ମୃତିସ୍ଥଳ (ମନୁମେଣ୍ଟ)ଗୁଡ଼ିକୁ ଐତିହ୍ୟ ମାନ୍ୟତା ଦିଆଯାଏ। ମାତ୍ର ପ୍ରଥମ ଥର ପାଇଁ ୟୁନେସ୍କୋ ଏକ ଜୀବନ୍ତ ଓ ଚଳଚଞ୍ଚଳ ଥିବା ଅନୁଷ୍ଠାନକୁ ଐତିହ୍ୟ ମାନ୍ୟତା ପ୍ରଦାନ କରିବେ। ୧୯୨୧ ମସିହାରେ ବିଶ୍ବକବି ରବୀନ୍ଦ୍ରନାଥଙ୍କ ଦ୍ବାରା ୧,୧୩୦ ଏକର ଜମି ଉପରେ ଏହି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe