ପଞ୍ଜାବରେ ଅଭାବନୀୟ କାଣ୍ଡ: ଥାନା କବ୍‌ଜା କଲେ ସଶସ୍ତ୍ର ଖଲିସ୍ତାନୀ ସମର୍ଥକ

Advertisment

ଅମୃତପାଲ ସିଂହଙ୍କ ସହଯୋଗୀକୁ ଛାଡ଼ିବା ଦାବିରେ ଆକ୍ରମଣ

ଅମୃତପାଲ ସିଂହଙ୍କ ସହଯୋଗୀକୁ ଛାଡ଼ିବା ଦାବିରେ ଆକ୍ରମଣ

ପଞ୍ଜାବରେ ଅଭାବନୀୟ କାଣ୍ଡ: ଥାନା କବ୍‌ଜା କଲେ ସଶସ୍ତ୍ର ଖଲିସ୍ତାନୀ ସମର୍ଥକ

ଅମୃତସର: ପଞ୍ଜାବରେ ଖଲିସ୍ତାନ ସମର୍ଥକଙ୍କ ଦ୍ବାରା ଆଜି ଅଚାନକ ସଶସ୍ତ୍ର ଆନ୍ଦୋଳନ ଏବଂ ଏକ ଥାନାକୁ କବ୍‌ଜା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଖଲିସ୍ତାନ ସମର୍ଥକ ଗୋଷ୍ଠୀ ‘ୱାରିସ୍‌ ପଂଜାବ ଦେ’ ସହ ସଂପୃକ୍ତ ପ୍ରାୟ ଦୁଇ ହଜାରରୁ ଅଧିକ ବ୍ୟକ୍ତି ଖଣ୍ଡା ଓ ବନ୍ଧୁକ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଜନାଲା ଥାନା ଉପରେ ଆକ୍ରମଣ କରି ଏହାକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଖଲିସ୍ତାନୀ ନେତା ଅମୃତପାଲ ସିଂହଙ୍କ ଘନିଷ୍ଠ ଲଭ୍‌ପ୍ରୀତ ସିହ ତୁଫାନର ଗରିଫଦାରୀକୁ ବିରୋଧ କରି ଥାନା ଉପରେ ଆକ୍ରମଣ ହୋଇଥିଲା। ଏଥିରେ ପ୍ରାୟ ୧୨ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାପରେ ପଂଜାବ ପୁଲିସ ଅଭିଯୁକ୍ତକୁ ଛାଡ଼ିବା ପାଇଁ ଘୋଷଣା କରିଛି। ପୁଲିସର ପ୍ରତିଶ୍ରୁତି ପରେ ସଶସ୍ତ୍ର ଆନ୍ଦୋଳନକାରୀମାନେ ଥାନା ଛାଡ଼ିଛନ୍ତି।

ଅମୃତପାଲ ସିଂହଙ୍କ ସହଯୋଗୀକୁ ଛାଡ଼ିବା ଦାବିରେ ଆକ୍ରମଣ
୧୨ ପୁଲିସ କର୍ମୀ ଆହତ
ଅମତି ଶାହଙ୍କୁ ଅମୃତପାଲଙ୍କ ଧମକ: ଇନ୍ଦିରାଙ୍କ ଭଳି ଦଶା ଭୋଗିବ

ଏହା‌ ପୂର୍ବରୁ ଆନ୍ଦୋଳନକାରୀମାନେ କପୁରଥାଲା ଜିଲ୍ଲାର ଢିଲୱାନ ଟୋଲ୍‌ ପ୍ଲାଜା ରୋଡ୍‌ରେ ମଧ୍ୟ ଉପଦ୍ରବ କରିଥିବା ରିପୋର୍ଟ ମିଳିଛି। ଆଜିର ଘଟଣା ପଞ୍ଜାବରେ ଆଇନଶୃଙ୍ଖଳା ସ୍ଥିତିର ଚରମ ଅଧୋଗତି ସଂପର୍କରେ ସଙ୍କେତ ଦେଉଥିବା ବେଳେ ଖଲିସ୍ତାନୀ କଠୋରପନ୍ଥୀଙ୍କ ଏଭଳି ଚଢ଼ଉ ଆଗାମୀ ଦିନରେ ରାଜ୍ୟ ପାଇଁ ମହଙ୍ଗା ପଡ଼ିବ ବୋଲି ବିଭିନ୍ନ ମହଲ ଚେତାବନୀ ଦେଇଛନ୍ତି। ଆଜି ଅମୃତପାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଖୋଲାଖେଲି ଧମକ ଦେଇଛନ୍ତି। ଖଲିସ୍ତାନ ଆନ୍ଦୋଳନକୁ ଦମନ କଲେ ଶାହଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିଭିନ୍ନ ଗୁରୁତର ଅପରାଧରେ ସଂପୃକ୍ତ ଲଭପ୍ରୀତକୁ ଛାଡ଼ି ଦିଆଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ସତ୍ତ୍ବେ ଖଲିସ୍ତାନୀ ଗୋଷ୍ଠୀ ଆତଙ୍କ ଜାରି ରଖିଛି। ଏଥିରେ ସାମାନ୍ୟ ବ୍ୟତିକ୍ରମ ହେଲେ ପୂରା ରାଜ୍ୟରେ ଭୟାନକ ସ୍ଥିତି ଉପୁଜିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe