ଉତ୍ତରପ୍ରଦେଶରେ ଅଭାବନୀୟ କାଣ୍ଡ: ସାମ୍ବାଦିକ ଏବଂ ପତ୍ନୀଙ୍କୁ ପିଟିପିଟି ହତ୍ୟା

Advertisment

ଦାୟିତ୍ବରେ ଅବହେଳା ପାଇଁ ୩ ପୁଲିସ ନିଲମ୍ବିତ

ଦାୟିତ୍ବରେ ଅବହେଳା ପାଇଁ ୩ ପୁଲିସ ନିଲମ୍ବିତ

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା

DNA India

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ଜଣେ ସାମ୍ବାଦିକ ଏବଂ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଉକ୍ତ ସାମ୍ବାଦିକଙ୍କ ନାମ ଉଦୟ ପାଶ୍ବାନ୍‌ ଏବଂ ସେ ଏକ ଦୈନିକ ହିନ୍ଦୀ ଖବରକାଗଜରେ କାମ କରନ୍ତି। ପୂର୍ବ ଶତ୍ରୁତା‌କୁ କେନ୍ଦ୍ର କରି ପାଶ୍ବାନ୍‌ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ପାଶ୍ବାନ୍‌ଙ୍କ ପରିବାରର ତାଙ୍କ ଗ୍ରାମର ପୂର୍ବତନ ମୁଖିଆଙ୍କ ସହ ବିବାଦ ଥିଲା। ଉକ୍ତ ପୂର୍ବତନ ଗ୍ରାମ ମୁଖିଆ ଏବଂ ତାଙ୍କର କିଛି ସହଯୋଗୀ ପାଶ୍ବାନ୍‌ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଲୁହା ରଡ୍‌ ଏବଂ ଲାଠି ଦ୍ବାରା ପ୍ରବଳ ଆକ୍ରମଣ କରିଥିଲେ। ଉଦୟ ପାଶ୍ବାନ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କ ପତ୍ନୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

ମାମଲାରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ଗାଁ ମୁଖିଆ ‌କେୱଲ୍‌ ପାଶ୍ବାନ୍‌ ଏବେ ଫେରାର୍‌ ଅଛି। ଉଦୟ ପାଶ୍ବାନ୍‌ ପୂର୍ବରୁ ତାଙ୍କ ସୁରକ୍ଷା ପାଇଁ ‌ ପୁଲିସକୁ ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ଦାୟିତ୍ବରେ ଅବହେଳା ପାଇଁ ୩ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ସୋ‌ନଭଦ୍ରା ଏସ୍‌ପି ଆଶିଷ ଶ୍ରୀବାସ୍ତବ କହିଛନ୍ତି, ଉକ୍ତ ମାମଲାରେ ଜଣେ ଇନ୍ସପେକ୍ଟର, ଏସ୍‌ଆଇ ଏବଂ କନେଷ୍ଟବଳ ନିଲମ୍ବିତ ‌ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ, ସାମ୍ବାଦିକ ଉଦୟ ଏବଂ ତାଙ୍କ ପତ୍ନୀ ସେମାନଙ୍କ ସୁରକ୍ଷା ଦାବି କରି ଗତକାଲି କୋନ୍‌ ଥାନାକୁ ଯାଇଥିଲେ। ସେମାନେ ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ସେମାନଙ୍କ ଉପରେ ଯୋଜନାବଦ୍ଧ ଭାବେ ବର୍ବର ଆକ୍ରମଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe