ଅଶୁଭ ଜୁନ୍‌ ୨: ପଞ୍ଜାବରେ ବାହାନଗା ଭଳି ରେଳ ଦୁର୍ଘଟଣା

Advertisment

୨ ଲୋକୋ ପାଇଲଟ୍‌ ଆହତ

୨ ଲୋକୋ ପାଇଲଟ୍‌ ଆହତ

ଅଶୁଭ ଜୁନ୍‌ ୨: ପଞ୍ଜାବରେ ବାହାନଗା ଭଳି ରେଳ ଦୁର୍ଘଟଣା

National Herald

ନୂଆଦିଲ୍ଲୀ: ଭାରତୀୟ ରେଳ ପାଇଁ କ୍ରମାଗତ ଭାବେ ଦ୍ବିତୀୟ ବର୍ଷ ପାଇଁ ଜୁନ୍‌ ୨ ତାରିଖ ଅଶୁଭ ସାବ୍ୟସ୍ତ ହୋଇଛି। ୨୦୨୩ ଜୁନ ୨ରେ ବାଲେଶ୍ବରର ବାହାନଗା ବଜାର ଷ୍ଟେସନ‌ରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ବର୍ଷେ ପୂରଣ ହୋଇଥିବା ବେଳେ ସମାନ ଢଙ୍ଗରେ ଆଜି ଆଉ ଏକ ରେଳ ଦୁର୍ଘଟଣା ପଞ୍ଜାବରେ ହୋଇଛି। ତେବେ ଆଶ୍ବାସନାର ବିଷୟ ହେଲା ଏହି ଦୁର୍ଘଟଣାରେ ‌ବାଲେଶ୍ବର ଦୁର୍ଘଟଣା ଭଳି ଲୋକଙ୍କର ମୃତ୍ୟୁ ହୋଇନାହିଁ। ପଞ୍ଜାବ ରେଳ ଦୁର୍ଘଟଣାରେ ଦୁଇଜଣ ଲୋକୋ ପାଇଲଟ୍‌ ଗମ୍ଭୀର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମାଲ୍‌ଗାଡ଼ି ଚଳାଚଳ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଡେଡିକେଟେଡ୍‌ ଫ୍ରେଟ୍ କରିଡର ଟ୍ରାକ୍‌ରେ ଦୁଇଟି କୋଇଲା ବୋଝେଇ ଟ୍ରେନ ଛିଡ଼ା ହୋଇଥିଲା। ଏହି ମାଲଗାଡ଼ି ଦୁଇଟି ରୋପଡ଼ ଅଭିମୁଖେ ଯିବାର ଥିଲା। କିନ୍ତୁ ରବିବାର ‌ଭୋର ପ୍ରାୟ ୩ଟା ୩୦ ମିନିଟ ସମୟରେ ଅଚାନକ ଗୋଟିଏ ମାଲଗାଡ଼ିର ଇଞ୍ଜିନ ଖୋଲିଯାଇ ଦ୍ବିତୀୟ ମାଲଗାଡ଼ିକୁ ଧକ୍କା ଦେଇଥିଲା। ଏଥିସହିତ ଇଞ୍ଜିନଟି ଓଲଟିପଡ଼ି ଅମ୍ବାଲାରୁ ଜମ୍ମୁ ତାୱିକୁ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନକୁ ଅନ୍ୟ ଏକ ଧାରଣାରେ ଧକ୍କା ଦେଇଥିଲା। ଏଥିଯୋଗୁ ଉକ୍ତ ସମର ସ୍ପେସାଲ ପାସେଞ୍ଜର ଟ୍ରେନଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ମାଲବାହୀ ଗାଡ଼ିର ବଗି ଅନ୍ୟ ଏକ ମାଲବାହୀ ଗାଡ଼ିର ବଗି ଉପରେ ଚଢ଼ି ଯାଇଛି। ଏଥିରେ ଅନେକ ବଗି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସମର ସ୍ପେସାଲ ପାସେଞ୍ଜର ଟ୍ରେନକୁ ଅନ୍ୟ ଏକ ଇଞ୍ଜିନ ଲଗାଇ ରାଜପୁରାକୁ ପଠାଯାଇଛି। ବର୍ତ୍ତମାନ ସେଠାରେ ରେଳ ଧାରଣାକୁ ଠିକ୍‌ କରିବା କାର୍ଯ୍ୟ ଚାଲିଛି।

ଦୁର୍ଘଟଣାରେ ଆହତ ଦୁଇ ଲୋକୋ ପାଇଲଟ ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାର ବାସିନ୍ଦା। ସେମାନଙ୍କ ନାମ ବିକାଶ କୁମାର ଏବଂ ହିମାଂଶୁ କୁମାର। ଇଞ୍ଜିନ ଲୁହାକୁ କଟାଯାଇ ଦୁଇ ଲୋକୋ ପାଇଲଟଙ୍କୁ ବାହାର କରାଯାଇଥିଲା। ଫତେହଗଡ଼ ସାହିବ ସିଭିଲ ହସ୍ପିଟାଲର ଡାକ୍ତରଙ୍କ କହିବାନୁଯାୟୀ, ଲୋକୋ ପାଇଲଟ ବିକାଶ କୁମାରଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ ହିମାଂଶୁ କୁମାରଙ୍କ ପିଠିରେ ଆଘାତ ଲାଗିଛି। ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଦୁର୍ଘଟଣା କାରଣରୁ ଅମ୍ବାଲାରୁ ଲୁଧିଆନା ଅପ୍‌ ଲାଇନ୍‌ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe