୧୨ ଘଣ୍ଟା କାମ କରିବା ପରେ ବି ମିଳୁଛି ନିମ୍ନମାନର ଖାଦ୍ୟ, ଭାଇରାଲ ଭିଡିଓରେ ନିଜ ଦୁଃଖ ବଖାଣିଲେ ପୁଲିସ କନେଷ୍ଟବଳ

Advertisment
୧୨ ଘଣ୍ଟା କାମ କରିବା ପରେ ବି ମିଳୁଛି ନିମ୍ନମାନର ଖାଦ୍ୟ, ଭାଇରାଲ ଭିଡିଓରେ ନିଜ ଦୁଃଖ ବଖାଣିଲେ ପୁଲିସ କନେଷ୍ଟବଳ

ଫିରୋଜାବାଦ: ନିମ୍ନମାନର ଖାଦ୍ୟକୁ ନେଇ ଭୋ ଭୋ ହୋଇ କାନ୍ଦିଲେ ପୁଲିସ କନେଷ୍ଟବଳ | ଆଉ ପୁଲିସ କର୍ମଚାରୀଙ୍କ ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ବିରୋଧରେ ପୁଲିସ କନଷ୍ଟେବଳଙ୍କ ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ କ୍ଲିପ୍‌ରେ ଜଣେ କନେଷ୍ଟବଳ କହିଛନ୍ତି, "ଆମମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ପଶୁମାନେ ମଧ୍ୟ ଖାଇପାରିବେ ନାହିଁ, କିନ୍ତୁ ଆମକୁ ଏଭଳି ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଛି। ବରିଷ୍ଠ ପୋଲିସ କର୍ମଚାରୀ ତଥା ଡିସିପିଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ପାଇଁ ଏଭଳି ଖାଦ୍ୟ ଖାଇବାକୁ ମିଳୁଛି |"

ମିଳିଥିବା ସୂଚନା ମୁତାବକ ଫିରୋଜାବାଦର ପୁଲିସ୍ ଲାଇନରେ ଥିବା ଜଣେ କନଷ୍ଟେବଳ ମନୋଜ କୁମାରଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି | ମନୋଜ ନିମ୍ନମାନର ଖାଦ୍ୟକୁ ନେଇ ପ୍ରଥମେ ତାଙ୍କ ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ। ଆଉ ତାଙ୍କୁ ମିଳୁଥିବା ଖାଦ୍ୟ ବାବଦରେ ସେ କହିଥିଲେ |ତେବେ ବରିଷ୍ଠ ଅଧିକାରୀ ତାଙ୍କର ଅଭିଯୋଗକୁ କର୍ଣ୍ଣପାତ କରିନଥିଲେ |

ସୂଚନା ଥାଉ କି ଯେ ଖାଦ୍ୟର ଗୁଣବତ୍ତା ବିରୋଧରେ ପୁଲିସ୍ କନେଷ୍ଟବଳ ଏହି ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ପ୍ରତିଶ୍ରୁତି ସତ୍ତ୍ୱେ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରାଯାଉନାହିଁ | ମୋତେ ଶୀଘ୍ର ନିଲମ୍ବନ କରାଯିବ। ମୁଁ ଡିଜିପି ସାରଙ୍କୁ ମଧ୍ୟ ଏହି ସମସ୍ୟା ବିଷୟରେ ଅନେକ ଥର କହିଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe