କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସପକ୍ଷରେ ନାହାନ୍ତି ଜାତିସଂଘ ମୁଖ୍ୟ

Advertisment
କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସପକ୍ଷରେ ନାହାନ୍ତି ଜାତିସଂଘ ମୁଖ୍ୟ

ଜାତିସଂଘ : ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା କଶ୍ମୀର ବିବାଦର ସମାଧାନ ପାଇଁ ଜାତିସଂଘ ମଧ୍ୟସ୍ଥି ସାଜିବନାହିଁ ବୋଲି ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରେସ୍‌ କହିିଛନ୍ତି। ଗୁଟରେସ୍‌ଙ୍କ ପ୍ରମୁଖ ମୁଖପାତ୍ର ଷ୍ଟିଫାନେ ଡୁଜାରେକ୍‌ ଆଜି ଏହା ସ୍ପଷ୍ଟ କରିଛନ୍ତି। ତେବେ ଦୁଇ ପଡ଼ୋଶୀ ଦେଶର ସେହି ସମସ୍ୟାର ସମାଧାନ ପାଇଁ ଜାତିସଂଘ ସର୍ବଦା ପ୍ରସ୍ତୁତ ରହିଛି। ମାତ୍ର ଉଭୟ ଦେଶର ସହମତି ବିନା ଜାତିସଂଘ କୌଣସି ପ୍ରକାର ମଧ୍ୟସ୍ଥତା କରିିବନି ବୋଲି ସେ କହିଛନ୍ତି।
ସେହିପରି ବର୍ତମାନ କଶ୍ମୀର ସୀମାରେ ଭାରତ-ପାକିସ୍ତାନ ସେନା ମଧ୍ୟରେ ଜାରି ରହିଥିବା ତିକ୍ତତା ସଂପର୍କରେ ଜାତିସଂଘ ଅବଗତ ଅଛି ଏବଂ ଏହା ଉପରେ ନଜର ରଖିଛି ବୋଲି ଡୁଜାରେକ୍‌ କହିଛନ୍ତି। ତେବେ ଏଭଳି ସ୍ଥିତିରେ ଜାତିସଂଘ ନିଜଆଡ଼ୁ କାହିଁକି ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଉନାହିଁ ବୋଲି ପ୍ରଶ୍ନର ଉତ୍ତରରେ ତାଙ୍କ କାର୍ଯ୍ୟାଳୟ ଏଭଳି ପରିସ୍ଥିତିରେ ମଧ୍ୟସ୍ଥତା ପାଇଁ ସର୍ବଦା ପ୍ରସ୍ତୁତ, କିନ୍ତୁ ଉଭୟ ଦେଶର ଆବେଦନ ଓ ସହମତି ବିନା ଜାତିସଂଘ କୌଣସି ପ୍ରକାରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବନାହିଁ। ଅପରପକ୍ଷେ, ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବା ପଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଓ ପାକିସ୍ତାନ ସୀମାରେ ଥିବା ଆତଙ୍କବାଦୀ ଗୋଷ୍ଠୀଙ୍କୁ ସେ ଦାୟୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe