ପୁଣି ଜଣେ କେନ୍ଦ୍ରମନ୍ତ୍ରୀ କରୋନା କବଳିତ; ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କରୋନା ପଜିଟିଭ୍‌ ବୋଲି ଟୁଇଟ୍ କଲେ

Advertisment
କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

indiatoday

ନୂଆଦିଲ୍ଳୀ: କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଆଜି କରୋନା ଭାଇରସ୍ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି। ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଶ୍ରୀପଦ ହେଉଛନ୍ତି ପଞ୍ଚମ।

ନିଜର କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ  ଶ୍ରୀପଦ ନାଏକ ଏକ ଟୁଇଟ୍‌ରେ କହିଛନ୍ତି, "ମୁଁ ଆଜି କୋଭିଡ -୧୯ ପରୀକ୍ଷା କରିଥିଲି ଏବଂ ରିପୋର୍ଟ  ପଜିଟିଭ୍‌ ଚିହ୍ନଟ ଆସିଛି । ମୁଁ ଲକ୍ଷଣବିହୀନ ରହିଛି ତେଣୁ  ନିଜ ଘରେ ପୃଥକ ଭାବେ ରହିବି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗରେ ଆସିଥିଲେ ମୁଁ ସେମାନଙ୍କୁ ନିଜ ନିଜର ପରୀକ୍ଷା କରିବାକୁ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଉଛି।’

ଶ୍ରୀପଦ ନାଏକଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମେଘୱାଲ ଏବଂ କୈଳାସ ଚୌଧୁରୀ କରୋନା ସଂକ୍ରମିତ ହୋଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଏପ୍ରିଲ୍‌ ମାସରେ କରୋନା ସଂକ୍ରମଣ ‌ଦେଶରେ ଡେଣା ମେଲୁଥିବା ବେଳେ  କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଥିଲେ କି କରୋନା ଭାଇରସ୍‌ର ଆୟୁର୍ବେଦ ଚିକିତ୍ସା କରାଯାଇପାରେ। ଏଥିସହ ସେ ଦାବି କରିଥିଲେ ଯେ ବ୍ରିଟେନ୍‌ର ରାଜକୁମାର ପ୍ରିନ୍ସ ଚାର୍ଲସ ମଧ୍ୟ ଆୟୁର୍ବେଦ ଚିକିତ୍ସା ଦ୍ବାରା କରୋନାରୁ ଭଲ ହୋଇଛନ୍ତି। ମାତ୍ର ପ୍ରିନ୍ସ ଚାର୍ଲସ ଏହାକୁ ଖଣ୍ଡନ କରିଥିଲେ। ସେତେବେଳେ କେନ୍ଦ୍ରମନ୍ତ୍ରୀ ନାୟକଙ୍କ ଏହି ବୟାନ ବିବାଦୀୟ ହୋଇ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe