କେନ୍ଦ୍ର ବଜେଟ୍‌ ପୂର୍ବରୁ ଜାନୁଆରି ୩୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

Advertisment
କେନ୍ଦ୍ର ବଜେଟ୍‌ ପୂର୍ବରୁ ଜାନୁଆରି ୩୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

Image Courtesy of Zee News

ନୂଆଦିଲ୍ଲୀ: ଫେବ୍ରୁଆରି ୧ ତାରିଖ ଦିନ ଉପସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍‌ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜାନୁଆରି ୩୧ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି।

ଏ ସଂକ୍ରାନ୍ତରେ ଯୋଶୀ ଲେଖିଥିବା ପତ୍ରରେ ଉଲ୍ଲେଖ ଅଛି, ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ‌ଏବଂ ସଂସଦୀୟ ବ୍ୟାପାର ଆଲୋଚନା ନିମନ୍ତେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଆମନ୍ତ୍ରଣ କରି ମୁଁ ଆନନ୍ଦିତ।

ଉଭୟ ଗୃହର ସ୍ବାଭାବିକ କାର୍ଯ୍ୟ ପାଇଁ ମୁଁ ଆପଣମାନଙ୍କୁ ସହଯୋଗ ଲୋଡୁଛି। ଏହି ବୈଠକ ୨୦୨୨ ଜାନୁଆରି ୩୧ ତାରିଖ ଦିନ ଅପରାହ୍ଣ ୩ଟାରେ ଭର୍ଚ୍ୟୁଆଲ୍‌ ଭାବେ ଅନୁଷ୍ଠିତ ହେବ। ଠିକଣା ସମୟରେ ବୈଠକର ଲିଙ୍କ୍‌ ସେୟାର୍‌ କରାଯିବ। ଆପଣମାନେ ଏହି ବୈଠକରେ ଯୋଗଦେବାକୁ ସବିନୟ ନିବେଦନ।

ଚଳିତ ବର୍ଷ ପାର୍ଲାମେଣ୍ଟ୍‌ ବଜେଟ୍‌ ଅଧିବେଶନର ପ୍ରଥମାର୍ଦ୍ଧ ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୧ରେ ଲୋକସଭାରେ ବଜେଟ୍‌ ଉପସ୍ଥାପନ କରାଯିବ। ବଜେଟ୍‌ର ଦ୍ବିତୀୟ ଅଧିବେଶନ ମାର୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୮ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe