କେନ୍ଦ୍ର ବଜେଟ୍‌ ୨୦୨୩-୨୪ : ଅଣୁ ଶିଳ୍ପଗୁଡ଼ିକୁ ୩ କୋଟି କାରବାର ପର୍ଯ୍ୟନ୍ତ ଆନୁମାନିକ ଟିକସ ସୁବିଧା

Advertisment
କେନ୍ଦ୍ର ବଜେଟ୍‌ ୨୦୨୩-୨୪ : ଅଣୁ ଶିଳ୍ପଗୁଡ଼ିକୁ ୩ କୋଟି କାରବାର ପର୍ଯ୍ୟନ୍ତ ଆନୁମାନିକ ଟିକସ ସୁବିଧା

CNBC-TV18 CNBC TV18

ନୂଆଦିଲ୍ଲୀ: ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ଏମଏସ୍‌ଏମଇ ଗୁଡ଼ିକ ପାଇଁ ଟିକସ ବ୍ୟବସ୍ଥାକୁ ସରଳ କରାଯାଇଛି। ଏବେ ଅଣୁ ଉଦ୍ୟୋଗଗୁଡ଼ିକ ବାର୍ଷିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ ପ୍ରିଜମ୍ପର୍ଟିଭ ଟ୍ୟାକ୍ସ (ଆନୁମାନିକ ଆୟକର) ସୁବିଧା ପାଉଛନ୍ତି। କିନ୍ତୁ ଏହି ସୀମାକୁ ବଜେଟରେ ୩ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି। ସେହିଭଳି କିଛି ନିର୍ଦିଷ୍ଟ ପେସାର ବ୍ୟକ୍ତିଙ୍କ ପାଇଁ ଉକ୍ତ କାରବାର ସୀମାକୁ ୫୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏମାନଙ୍କର ନଗଦ ଅର୍ଥ ଗ୍ରହଣ ରାଶି ୫ ପ୍ରତିଶତରୁ ଅଧିକ ହୋଇ ନଥିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ପ୍ରିଜମ୍ପଟିଭ ଟ୍ୟାକ୍ସ ବ୍ୟବସ୍ଥାରେ ଛୋଟ ବ୍ୟବସାୟୀ ଓ ପେସାଦାର ବ୍ୟକ୍ତିମାନଙ୍କୁ ଆକାଉଣ୍ଟ ବହି ରଖିବାକୁ କିମ୍ବା ଆକାଉଣ୍ଟ ଅଡିଟ୍ କରିବାକୁ ପଡ଼ି ନଥାଏ।

ଡିଜିଲକର୍‌ ପରିସରକୁ ବ୍ୟାପକ କରାଯିବ

ନୂଆଦିଲ୍ଲୀ: ବଜେଟରେ ଡିଜିଲକର ପରିସରକୁ ବ୍ୟାପକ କରାଯିବାର ପ୍ରସ୍ତାବ ରହିଛି। ଏହାଦ୍ବାରା ଏଥିରେ ଉପଲବ୍ଧ ହେଉଥିବା ଦସ୍ତାବିଜ ସଂଖ୍ୟା ଆଗକୁ ବୃଦ୍ଧି ପାଇବ। ଅଧିକରୁ ଅଧିକ ଆର୍ଥିକ ପ୍ରଯୁକ୍ତି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହା କରାଯାଇଛି। ରିସ୍କକୁ ଆଧାର କରି କେୱାଇସି ପ୍ରକ୍ରିୟାକୁ ସରଳ କରାଯାଇଛି। ଡିଜିଲକର ସେବା ଏବଂ ଆଧାରକୁ ବ୍ୟବହାର କରି ପରିଚୟପତ୍ରକୁ ଅପଡେଟ୍‌କୁ ସହଜ କରାଯିବ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏମଏମଇ), ଟ୍ରଷ୍ଟ ଏବଂ ଅନ୍ୟ ସଂସ୍ଥା ପାଇଁ ଉଦ୍ୟୋଗସ୍ତରୀୟ ଡିଜିଲକର ଆରମ୍ଭ ହେବ।

ନିର୍ମଳାଙ୍କ ପାଟିରୁ ଶବ୍ଦ ଖସିଗଲା ପରେ ହାସ୍ୟରୋଳ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ପୁସ୍ତିକା ପଢ଼ିବା ବେଳେ ଏକ ମଜାଳିଆ କଥା ଦେଖିବାକୁ ମିଳିଥିଲା। ପ୍ରଦୂଷଣ କରୁଥିବା ପୁରୁଣା ଗାଡ଼ି ପ୍ରତ୍ୟାହାର ବା ବା ଓଲ୍‌ଡ ‘ପଲ୍ୟୁଟିଂ’ ପରିବର୍ତ୍ତେ ନିର୍ମଳା ଓଲ୍‌ଡ ‘ପଲିଟିକାଲ’ ବୋଲି ତାଙ୍କ ପାଟିରୁ ଖସି ଯାଇଥିଲା। ସଙ୍ଗେ ସଙ୍ଗେ ସେ ଓଃ.. ସରି.. କହି ତ୍ରୁଟିକୁ ସଜାଡ଼ି ନେଇଥିଲେ। କିନ୍ତୁ ଏହାକୁ ନେଇ ଶାସକ ଦଳ ସଦସ୍ୟଙ୍କ ମଧ୍ୟରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା। ତେବେ ବିରୋଧୀ ଦଳ ସଦସ୍ୟଙ୍କ ପ୍ରତିକ୍ରିୟା କିଭଳି ଥିଲା ତାହା ସଂସଦ ଟିଭିରୁ ଦେଖିବାକୁ ମିଳିନଥିଲା।

ସେନ୍‌ସେକ୍ସ ଅସ୍ଥିର

publive-image Moneycontrol

ମୁମ୍ବାଇ: ବୁଧବାର ବଜେଟ୍ ଅଭିଭାଷଣ ଚାଲିଥିବା ‌ବେଳେ ସେନ୍‌ସେକ୍ସରେ ହଠାତ୍‌ ବଡ଼ ଧରଣର ବୃଦ୍ଧି ହୋଇଥିଲା। ଏକ ସମୟରେ ତାହା ୨୦୦୦ ପଏଣ୍ଟ୍‌ ଉପରକୁ ଉଠିଯାଇଥିଲା। କିନ୍ତୁ କାରବାର ଶେଷ ବେଳକୁ ସେଥିରେ ଦ୍ରୁତ ଅବନତି ଘଟିଥିଲା। ଦିନ ସାରା ଅସ୍ଥିର ରହିଥିବା ସେନ୍‌ସେକ୍ସରେ ଶେଷରେ ୧୫୮ ପଏଣ୍ଟ୍‌ ବୃଦ୍ଧି ସହ ୫୯,୭୦୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୪୬ ପଏଣ୍ଟ୍‌ ହ୍ରାସ ପାଇ ୧୭,୬୧୬ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe