ମଞ୍ଜୁର କ‌ଲା କ୍ୟାବିନେଟ, ୧୧ଟାରେ ଲୋକସଭାରେ ବଜେଟ ଉପସ୍ଥାପନ କରିବେ ସୀତାରମଣ

Advertisment
ମଞ୍ଜୁର କ‌ଲା କ୍ୟାବିନେଟ, ୧୧ଟାରେ ଲୋକସଭାରେ ବଜେଟ ଉପସ୍ଥାପନ କରିବେ ସୀତାରମଣ

ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନର ଦିନ ଆସିଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟାରେ ଲୋକସଭାରେ ଭାରତ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବେ। ସୀତାରମଣ ତାଙ୍କ ବଜେଟ୍ ବାକ୍ସରୁ ଜନସାଧାରଣଙ୍କୁ କ’ଣ ଉପହାର ଦେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅର୍ଥମନ୍ତ୍ରୀ ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନ ଗତ ଅର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ କୁହାଯାଉଥିଲା ଯେ, ଦେଶର ଜିଡିପି ୬.୫-୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି।

ବଜେଟ ଉପସ୍ଥାପନ ପୂର୍ବରୁ ଏହାକୁ କ୍ୟାବିନେଟ ମଞ୍ଜୁର କରିଥିବା ସାମ୍ନାକୁ ଆସିଛି। ଆଉ ମାତ୍ର କିଛି ସମୟ ମଧ୍ୟ‌ରେ ସୀତାରମଣ ନିଜ ଟିମ୍ ଆସି ଲୋକସଭାରେ ବଜେଟର ଉପସ୍ଥାପନ କରିବେ। ତେବେ ବଜେଟ ଘୋଷଣା ହେବା ପୂର୍ବରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିସାରିଛି। ସମାଜବାଦୀ ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ ମଧ୍ୟ ବଜେଟରୁ କିଛି ଭଲ ଆଶା କରାଯାଇ ନାହିଁ। ଏଥର ମଧ୍ୟ କିଛି ଭଲ ଆଶା କରାଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe