ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏଥର ବଜେଟ୍ରେ ଯୁବ, ମହିଳା ଓ ଗ୍ରାମୀଣ ବିକାଶର ଝଲକ ଦେଖିବାକୁ ମିଳୁଛି। ମହିଳାଙ୍କ ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି ସୀତାରମଣ।
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ସକାଶେ ଦେଶରେ କର୍ମଜୀବୀ ମହିଳାଙ୍କ ପାଇଁ ଅଧିକ ହଷ୍ଟେଲ୍ କରାଯିବ। ଏହି ସାଧାରଣ ବଜେଟ୍ରେ କୌଶଳ ପ୍ରଶିକ୍ଷଣକୁ ନେଇ କି ମଧ୍ୟ ଭିନ୍ନ ଭିନ୍ନ ଯୋଜନାର ଘୋଷଣା କରାଯାଇଛି। ସେହିପରି ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରି ଏମ୍ଏସ୍ଏମ୍ଇ ସହିତ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି।
ସେହିପରି ସହଯୋଗୀ ଦଳର ରାଜ୍ୟଗୁଡ଼ିକୁ ବି ମୋଦୀ ସରକାର ସନ୍ତୁଷ୍ଟ କରାଇଛନ୍ତି। ଆନ୍ଧ୍ରପ୍ରଦେଶ ଓ ବିହାରରେ ଅନେକ ବିକାଶମୂଳକ କାର୍ଯ୍ୟର ଘୋଷଣା କରାଯାଇଛି। ବିହାରରେ ୪ ଏକ୍ସପ୍ରେସ୍ୱେ ବନଇବା ପାଇଁ ୨୬ ହଜାର କୋଟି ଟଙ୍କାର ଘୋଷଣା ହୋଇଛି।
ଜାଣିରଖନ୍ତୁ ଯେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବରେ ସପ୍ତମ ବଜେଟ୍ ଉପସ୍ଥାପନ କରୁଛନ୍ତି। ଯାହାକୁ ଏକ ରେକର୍ଡ ବୋଲି କୁହାଯାଇପାରେ। ଏଥର ସାଧାରଣ ବଜେଟ୍କୁ ନେଇ ଲୋକଙ୍କ ମନରେ ଅନେକ ଆଶା।
ସେହିପରି ଦେଶରେ ଉଦ୍ୟମିତାକୁ ପ୍ରେତ୍ସାହିତ କରିବା ଓ ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ୩ଟି ସ୍କିମ ଘୋଷଣା କରିଛନ୍ତି। ରୋଜଗାର ସୃଷ୍ଟି କରୁଥିବା ଉଦ୍ୟୋଗମାନଙ୍କୁ ପ୍ରେତ୍ସାହନ ଦେବାକୁ ସରକାର ୩ଟି ସ୍କିମ ଘୋଷଣା କରିଛନ୍ତି । ପ୍ରଥମ ସ୍କିମଟି ହେଉଛି ପ୍ରଥମ ଥର ପାଇଁ ଜଣେ ପେସାଦାର (ଫ୍ରେସର)ଙ୍କ ନିଯୁକ୍ତି ଦେଲେ ପ୍ରଥମ ମାସର ଦରମା ସହାୟତା ସରକାରଙ୍କ ପକ୍ଷରୁ ମିଳିବ । ତେବେ ଇପିଏଫଓରେ ପଂଜୀକରଣ ଅନୁସାରେ ଏହି ସହାୟତା ମିଳିବ । ୨ୟ ସ୍କିମଟି ହେଉଛି ମାନୁଫାକଚରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ୩ୟ ସ୍କିମଟି ହେଉଛି ନିଯୁକ୍ତିଦାତାମାନଙ୍କୁ ସହାୟତା କରାଯିବ ।
Follow Us