ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍, ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ, ଫୋକସରେ ଗରିବ, କୃଷକ

Advertisment

ବିକଶିତ ଭାରତ ପାଇଁ ୯ଟି କ୍ଷେତ୍ର ଉପରେ ଫୋକସ୍

ବିକଶିତ ଭାରତ ପାଇଁ ୯ଟି କ୍ଷେତ୍ର ଉପରେ ଫୋକସ୍

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍, ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ, ଫୋକସରେ ଗରିବ, କୃଷକ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହା ସହିତ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସାଧାରଣ ବଜେଟ ଉପସ୍ଥାପନ ହୋଇଛି । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।

ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଗତ ଫେବ୍ରୁଆରି ମାସରେ ଅର୍ଥମନ୍ତ୍ରୀ ଏକ କାମଚଳା ବଜେଟ୍ ଆଗତ କରିଥିଲେ । ଏହି କାମଚଳା ବଜେଟର ଅବଧି ଏପ୍ରିଲଠାରୁ ଜୁଲାଇ ପର୍ଯ୍ୟନ୍ତ ଥିଲା । ଏବେ ନିର୍ବାଚନ ପରେ ଅର୍ଥମନ୍ତ୍ରୀ ଲୋକସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ ଆଜି ପୂର୍ବାହ୍ଣରେ କେନ୍ଦ୍ର କ୍ୟାବିନେଟ ଏହି ବଜେଟକୁ ମଂଜୁରୀ ଦେଇଥିଲା ।

୯ଟି କ୍ଷେତ୍ର ଉପରେ ଫୋକସ୍

ବିକଶିତ ଭାରତ ପାଇଁ ନିଜର ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ୯ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇଛନ୍ତି । ସେଗୁଡ଼ିକ ହେଉଛନ୍ତି କୃଷି, ରୋଜଗାର, ଅନ୍ତର୍ଭୁକ୍ତ ବିକାଶ, ଉତ୍ପାଦନ ଓ ସେବା କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଓ ବିକାଶ ଓ ନୂଆ ପିଢିର ସଂସ୍କାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe