ବୋନସ୍ ଅନୁମୋଦନ କଲା କ୍ୟାବିନେଟ୍‌; ଉପକୃତ ହେବେ ୩୦.୬୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ

Advertisment
ବୋନସ୍ ଅନୁମୋଦନ କଲା କ୍ୟାବିନେଟ୍‌; ଉପକୃତ ହେବେ ୩୦.୬୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ

Image Courtesy of Hindustan Times

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ୨୦୧୯-୨୦୨୦ ବର୍ଷ ନିମନ୍ତେ କେନ୍ଦ୍ର ସରକାର ବୋନସ୍‌ ଘୋଷଣା କରିଛନ୍ତି। ଏହି ବୋନସ୍ ୩୦.୬୭ ଲକ୍ଷ ଅଣଗେଜେଟେଡ୍ କର୍ମଚାରୀଙ୍କୁ ଉପକୃତ କରିବ। ଏଥିନିମନ୍ତେ ସମୁଦାୟ ୩, ୭୩୭ କୋଟି ବ୍ୟୟ ହେବ। କେନ୍ଦ୍ର କ୍ୟାବିନେଟ୍‌ ଉଭୟ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍‌ ବୋନସ୍’ ଏବଂ ‘ପ୍ରଡକ୍ଟିଭିଟି-ଲିଙ୍କ୍‌ଡ୍‌ ବୋନସ୍’ ଅନୁମୋଦନ କରିଥିବା କଥା ବୁଧବାର ଦିନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଘୋଷଣା କରିଛନ୍ତି।

publive-image Image Courtesy of India.com

ବିଜୟା ଦଶମୀ ପୂର୍ବରୁ ଗୋଟିଏ କିସ୍ତିରେ ‘ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍‌ସ୍‌ଫର୍‌’ ମାଧ୍ୟମରେ ବୋନସ୍‌ ଟଙ୍କା ପଠାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବାକୁ ଥିବା ଏହି ବୋନସ୍ ମଧ୍ୟବର୍ଗୀୟଙ୍କୁ ଖର୍ଚ୍ଚ ନିମନ୍ତେ ଉତ୍ସାହିତ କରିବା।

ପ୍ରତିବର୍ଷ ଦଶହରା ପୂର୍ବରୁ ଏହି ବୋନସ୍‌ ଘୋଷଣା କରାଯାଇଥାଏ। କୋଭିଡ୍‌-୧୯ ଯୋଗୁଁ ଏ ବର୍ଷ ବୋନସ୍‌ ଘୋଷଣା ବାବଦରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅନିଶ୍ଚିତ ଥିଲେ। କିନ୍ତୁ, ବୁଧବାର ପର୍ଯ୍ୟନ୍ତ ବୋନସ୍‌ ଘୋଷଣା କରାଯାଇ ନ ଥିବାରୁ, ଏଥର ବୋନସ୍ ହରାଇବେ ବୋଲି ସରକାରୀ କର୍ମଚାରୀମାନେ ଆଶଙ୍କା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe