କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚାରିଦିନିଆ ଇଣ୍ଡୋନେସିଆ ଗସ୍ତ

ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ କଳର ବ୍ୟାପକ ଦୁରୂପଯୋଗ ହେଉଛି : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ୪ ଦିନିଆ ଇଣ୍ଡୋନେସିଆର ବାଲି ଗସ୍ତରେ ଯାଉଛନ୍ତି। ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରେ ବାଲିରେ ପହଞ୍ଚିବା ପରେ ପ୍ରଥମେ ଜି-୨୦ ଶିକ୍ଷାମନ୍ତ୍ରୀ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆସିଥିବା ବ୍ରାଜିଲର ପ୍ରତିନିଧିମାନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ପରେ ବାଲିରେ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟଙ୍କ ସହ ସାକ୍ଷାତ୍ କରିବେ। ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ୍ ବିଜ୍‌ନେସ ଅନୁଷ୍ଠାନକୁ ଯାଇ କୁଳପତିଙ୍କୁ ଭେଟିବେ। ସୁଗ୍ରୀବ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିବେ।

ସେପ୍ଟେମ୍ବର ୧ରେ ଶ୍ରୀ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଜି-୨୦ ଶିକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଚଳିତବର୍ଷ ଏହି ବୈଠକର ବିଷୟବସ୍ତୁ ରହିଛି ‘ରିକଭର, ରିଇମାଜିନ୍ ଆଣ୍ଡ୍ ରିବିଲ୍ଡ ଷ୍ଟ୍ରଙ୍ଗର୍’। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ସିଙ୍ଗାପୁର, ୟୁଏଇ, ସାଉଦିଆରବ ସହ ପୃଥକ୍ ପୃଥକ୍ ଦ୍ୱିପାକ୍ଷିକ ବୈଠକରେ ଉପସ୍ଥିତ ରହିବେ। ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ସହ ମଧ୍ୟ ପୃଥକ୍ ବୈଠକରେ ସହ-ଅଧ୍ୟକ୍ଷତା କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସାଥୀରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ବାଲି ଗସ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe