ଆଇଏମଏ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା: ୨୩ ବିଦେଶ ଫେରନ୍ତା ସଂକ୍ରମିତ, କର୍ଣ୍ଣାଟକରେ ମାସ୍କ ନିୟମ କଡ଼ାକଡ଼ି

ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା

news18

ନୂଆଦିଲ୍ଲୀ: ଦେଶରେ ୨୩ ଜଣ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡ଼ା ବିମାନ ବନ୍ଦରରେ ୧୨ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନାକୁ ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି ବୋଲି କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। କୋଲକାତା ବିମାନବନ୍ଦରରେ ୨ ଜଣ ଏବଂ ଗୟାରେ ୪ ଜଣ ବିଦେଶ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିଲ୍ଲୀ ବିମାନବନ୍ଦରରେ ୪ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଆଗ୍ରାରେ ଜଣେ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଥିଲେ। ଇତି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଆଇଏମ୍‌ଏ (ଭାରତୀୟ ଡାକ୍ତରୀ ସଂଘ) ସହ ଭର୍ଚୁଆଲ ବୈଠକ କରିଛନ୍ତି। କରୋନା ସ୍ଥିତି ଏବଂ ପ୍ରସ୍ତୁତି ସଂକ୍ରାନ୍ତରେ ଏହି ‌ବୈଠକରେ ଆଲୋଚନା‌ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମାସ୍କ ପିନ୍ଧିବା ସହ କରୋନା ନିୟମାବଳି ପାଳନ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ କରୋନା ସଂକ୍ରାନ୍ତରେ ସଠିକ ତଥ୍ୟ ଏବଂ ସୂଚନା ଦେବା ମଧ୍ୟ ସମାନ ଭାବରେ ଗୁରୁତ୍ବପୂର୍ଣ୍ଣ।

ତେବେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସହ ଦେଶରେ ଓମିକ୍ରନ୍‌ ଉପପ୍ରଜାତି ବିଏଫ୍‌.୭ ଚିହ୍ନଟ ହେବାପରେ କର୍ଣ୍ଣାଟକ ସରକାର ନୂଆବର୍ଷ ଉତ୍ସବ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ନୂଆବର୍ଷ ଉତ୍ସବ ପାଇଁ ସରକାର ମାସ୍କ ବାଧ୍ୟତାମୂଳକ କରିଛନ୍ତି। ସରକାର ଉଭୟ ଗୃହ ଭିତରେ ଏବଂ ବାହାରେ ଉତ୍ସବ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ସବୁ ସ୍ଥାନରେ ନୂଆବର୍ଷ ଉତ୍ସବ ପାଳନ ସମୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଶିଶୁ, ଗର୍ଭବତୀ ମହିଳା ଏବଂ ବରିଷ୍ଠ ନାଗରିକ କୌଣସି ହୋଟେଲ, ରିସୋର୍ଟ ଏବଂ କ୍ଲବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେବାପାଇଁ ସରକାର ବାରଣ କରିଛନ୍ତି। ଥିଏଟର, ସିନେମା ହଲ୍‌ ଏବଂ ମଲ୍ଟିପ୍ଲେକ୍ସରେ ଏନ୍‌୯୫ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନୂଆବର୍ଷ ଉତ୍ସବ ପାଳନ ସମୟରେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ରାତି ୧ଟା ସୁଦ୍ଧା ନୂଆବର୍ଷ ପାର୍ଟି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe