ଯେଉଁଠି ହୋଇଥିଲା ଆତଙ୍କୀ ହମଲା, ସେଇଠି ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

SHAH AT TERROR PLACE

Photograph: (Sambad.in)

ଶ୍ରୀନଗର: ପହଲଗାମ୍ ଆତଙ୍କୀ ହମଲା ଘଟଣା । ଆକ୍ରମଣସ୍ଥଳରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ବତନ୍ତ୍ର ହେଲିକପ୍ଟରରେ ଯାଇ ଘଟଣାସ୍ଥଳରେ ପହଞ୍ଚିଲେ ଶାହା । ଯେଉଁଠି କାଲି ଆଖିବୁଜା ଗୁଳିମାଡ କରି ୨୬ ଜଣଙ୍କ ପ୍ରାଣ ନେଇଛନ୍ତି ଆତଙ୍କୀ ସେଇଠି ଆଜି ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହା । ତେବେ ସ୍ବତନ୍ତ୍ର ବିମାନରୁ ଓହ୍ଲାଇ ହମଲା ସ୍ଥଳ ଚାଲିଚାଲି ବୁଲିଛନ୍ତି ଶାହା । କଡା ସୁରକ୍ଷା ବଳୟ ଭିତରେ ଶାହା ଆକ୍ରମଣସ୍ଥଳର ଯାଞ୍ଚ କରିଛନ୍ତି । 

କିଛି ସମୟ ଆଗରୁ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପର୍ଯ୍ଯଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶାହା । ୨୬ ଜଣ ପର୍ୟ୍ୟଟକଙ୍କୁ ଶାହା ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ଏବେ ଆକ୍ରମଣସ୍ଥଳରେ ପହଞ୍ଚିଛନ୍ତି । ତେବେ ସେଠାରୁ ଶାହା ପହଲଗାମ୍ ମୃତକଙ୍କ ପରିବାରକୁ ଭେଟିବେ ଏବଂ ସେମାନଙ୍କୁ ସମବେଦନା ଜଣାଇବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe