ଜମ୍ମୁ- କଶ୍ମୀରରେ ବିଡିସି ନିର୍ବାଚନ ପୂର୍ବରୁ ଦଳୀୟ ନେତାମାନଙ୍କ ସହ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

Advertisment
ଜମ୍ମୁ- କଶ୍ମୀରରେ ବିଡିସି ନିର୍ବାଚନ ପୂର୍ବରୁ ଦଳୀୟ ନେତାମାନଙ୍କ ସହ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

India Today

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ହେବାର ୨ମାସ ପରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜମ୍ମୁ- କଶ୍ମୀରର ବିଜେପି ନେତାମାନଙ୍କ ସହ ସେଠାକାର ସ୍ଥିତି ଓ ପରିସ୍ଥିତି ନେଇ ଆଲେଚନା କରିଛନ୍ତି। ଆସନ୍ତା ଅକ୍ଟୋବର ୨୪ ତାରିଖରେ ଜମ୍ମୁ- କଶ୍ମୀରରେ ବ୍ଲକ୍‌ ଡେଭଲପ୍‌ମେଣ୍ଟ କାଉନସିଲ (ବିଡିସି) ନିର୍ବାଚନ ଆୟୋଜିତ ହେବାକୁ ଯାଉଥିବା ବେଳେ ଦଳୀୟ ନେତାମାନଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଏହି ସମୀକ୍ଷା ଓ ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

ଦଳୀୟ ନେତାମାନଙ୍କ ସହ ଆଜିର ଆଲୋଚନା କାଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜମ୍ମୁ- କଶ୍ମୀର ଉପତ୍ୟକାରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ସହ ସ୍କୁଲ ଓ କଲେଜ ଖୋଲିବାରେ ରାଜ୍ୟ ପ୍ରଶାସନକୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାଜ୍ୟ ବିଜେପି ନେତୃ ମଣ୍ଡଳୀକୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚ ଓ ସରପଞ୍ଚମାନଙ୍କୁ ଏହି ନିର୍ବାଚନ ପରିଚାଳନା ପାଇଁ କ୍ଷମତା ଦେବାକୁ ଦଳୀୟ ନେତାମାନଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ପରାମର୍ଶ ଦେବା ସହ ତୃଣମୂଳ ସ୍ତରରେ ହେଉଥିବା ଏହି ବିଡିସି ନିର୍ବାଚନରେ ୯୦ ପ୍ରତିଶତ ଆସନରେ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖି ଆଗେଇବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe