୪ଜଣ ଓଡ଼ିଆଙ୍କ ସମେତ ୧୨୧ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ଉତ୍କର୍ଷ ତଦନ୍ତ ପଦକ

Advertisment
୪ଜଣ ଓଡ଼ିଆଙ୍କ ସମେତ ୧୨୧ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ଉତ୍କର୍ଷ ତଦନ୍ତ ପଦକ

ନୂଆଦିଲ୍ଲୀ: ୨୦୨୦ ବର୍ଷ ନିମନ୍ତେ ୪ ଜଣ ଓଡ଼ିଆଙ୍କ ସମେତ ୧୨୧ଜଣ ପୁଲିସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ତଦନ୍ତରେ ଉତ୍କର୍ଷତା ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି। ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ପାରଦର୍ଶିତାକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର ପୁରସ୍କାରର ଲକ୍ଷ୍ୟ। ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରଦାନ କରିଥାଆନ୍ତି।

publive-image Image Courtesy of MysuruToday

ପୁରସ୍କାର ପାଇଥିବା ୪ ଓଡ଼ିଆ ପୁଲିସ ଅଧିକାରୀ ହେଉଛନ୍ତି ଇନ୍‌ସ୍‌ପେକ୍ଟର୍  ସୁଷମା ତିର୍କୀ, ସବ୍‌-ଇନ୍‌ସ୍‌ପେକ୍ଟର୍  ଯୁଗଳ କିଶୋର ଦାଶ, ସବ୍‌-ଇନ୍‌ସ୍‌ପେକ୍ଟର୍  ସନ୍ତୋଷୀ ବାରିକ ଏବଂ ସବ୍‌-ଇନ୍‌ସ୍‌ପେକ୍ଟର୍ ବାବାଶଙ୍କର ସରାଫ।

ଅପରାଧ ଘଟଣାରେ ତଦନ୍ତର ମାନ ଉଚ୍ଚକୋଟୀର କରାଇବା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଉତ୍କର୍ଷତାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ୨୦୧୮ରେ ଏହି ପଦକ ସୃଷ୍ଟି କରାଯାଇଥିଲା। ପୁରସ୍କାର ପାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରୁ ୧୫ଜଣ ହେଉଛନ୍ତି ‘ସିବିଆଇ’ର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପୁଲିସର ୧୦ଜଣ ଲେଖାଏଁ, ଉତ୍ତର ପ୍ରଦେଶ ପୁଲିସର ୮ ଜଣ, କେରଳ ଓ ପଶ୍ଚିମବଙ୍ଗ ପୁଲିସର ୭ ଜଣ ଲେଖାଏଁ ଏବଂ ବାକି ହେଉଛନ୍ତି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ଅଧିକାରୀ। ପଦକ ପାଇଥିବା ପୁଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୨୧ଜଣ ମହିଳା ପୁଲିସ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe